ବିଦ୍ୟୁତ ଟ୍ରାନ୍ସଫର୍ମର ପାଖରେ ମଦ୍ୟପ ଯୁବକ ଶୋଇପଡିଲେ, ଉଦ୍ଧାରକଲେ ଗ୍ରାମବାସୀ


ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସବଡିଭିଜନ ଦାରିଙ୍ଗବାଡ଼ି ସେକ୍ସନ ସିମନବାଡ଼ି ଫିଡର ବୁଡ଼ାଗୁଡା ଗ୍ରାମରେ ଲାଗିଥିବା ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ସୋମବାର ସନ୍ଧ୍ୟା ସମୟରେ ଜଣେ ଯୁବକ ମଦ୍ୟପାନ କରି ଶୋଇଥିବା ଦେଖିବାକୁ ମିଳିଥିଲା l ଭାଗ୍ୟ ବଶତଃ କାଳ ବୈଶାଖୀ ମେଘ ପବନ କାରଣରୁ ବିଦ୍ୟୁତ କଟିଯାଇଥିଲା । ସେହିରାସ୍ତା ଦେଇ କିଛି ଲୋକ ଯାତାୟାତ କରୁଥିବା ବେଳେ ହଠାତ ଉକ୍ତ ଯୁବକକୁ ଦେଖିଥିଲେ । ଯାହାରି ଫଳରେ ଜଣେ ଯୁବକ ସାହସର ସହ ଯାଇ ଉକ୍ତ ଯୁବକଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ । ଉକ୍ତ ଯୁବକ ଜଣକ ଗଞ୍ଜୁଗୁଡା ଗ୍ରାମର ବୋଲି କହିଥିବା ବେଳେ ଅତ୍ୟଧିକ ମଦ୍ୟପାନ କରି ଭୁଲରେ ନିଶାସକ୍ତ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପାଖକୁ ଚାଲି ଆସିଥିବା କହିଥଲା । ଯଦି ବିଦ୍ୟୁତ ଥାନ୍ତା ତେବେ ଏକ ବଡ ଦୁର୍ଘଟଣା ଘଟିଥାନ୍ତା ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.