ବେଆଇନ ମହୁଲ ବୋଝେଇ ପିକ୍ଅପ୍ ଭ୍ୟାନ୍ ସହ ୨ ଗିରଫ

ମାଲକାନଗିରି : ମାଲକାନଗିରି ପୁଲିସ ଏକ ମହୁଲ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ କରିବା ସହ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଗିରୀଶ କୁମାର ସାରକାଙ୍କ ନେତୃତ୍ବରେ ଏକ ଟିମ୍ ଗତକାଲି ରାତିରେ ପାଟ୍ରୋଲିଙ୍ଗ କରୁଥିଲେ । ଶିଖପାଲି ରାସ୍ତା ଦେଇ ଏକ ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନ୍ ଛତିଶଗଡ଼ ଅଭିମୁଖେ ଯାଉଥିବା ନେଇ ପାଟ୍ରୋଲିଂ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଭ୍ୟାନ୍ର ପିଛା କରି ନାମକୋଣ୍ଡା ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲେ । ଭ୍ୟାନ୍ ଭିତରେ ୭୦ଟି ପ୍ୟାକେଟରେ ମହୁଲ ଥିବା ପୁଲିସ ଦେଖିବାକୁ ପାଇଥିଲା । ପରେ ପୁଲିସ ମହୁଲ ଓ ଭ୍ୟାନ୍ ଜବତ କରିବା ସହ ମହୁଲ ଚାଲାଣ କରୁଥିବା ଏମ୍.ଭି :- ୧୮ ଗ୍ରାମର ପ୍ରଶାନ୍ତ ବୈଦ୍ୟ (୨୭) ଏବଂ ଏମ୍.ଭି :- ୧୬ ଗ୍ରାମର କୁମୁଦ ମଲ୍ଲିକ (୨୮) ଙ୍କୁ ଗିରଫ କରିଥିଲା । ଜବତ ମହୁଲ ପ୍ରାୟ ୨୫୫୨ କେଜି ହେବ ବୋଲି ପୁଲିସ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.