ମୃତକଙ୍କ ପରିବାରବର୍ଗଙ୍କୁ ‘ଓଡ଼ିଶା ମୋ ପରିବାର’ର ସହାୟତା

ଭୁବନେଶ୍ୱର: ଅସହାୟ ପରିବାର ବର୍ଗଙ୍କର ଦୁଃଖରେ ସାଥି ହୋଇ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ୮୦ ବର୍ଷିୟା ବୃଦ୍ଧା ପାର୍ବତୀ ଭୂୟାଁ, ଗତ ମାର୍ଚ୍ଚ ୩ ତାରିଖରେ ଅସୁସ୍ଥ ହୋଇ କଟକ ବଡ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଗତ ମାର୍ଚ୍ଚ ୯ ତାରିଖରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ ହେବାରୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

କୌଣସି କାରଣରୁ ଡାକ୍ତର ପୋଷ୍ଟମୋର୍ଟମ୍ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ସଦସ୍ୟ ହସ୍ପିଟାଲର ପ୍ରକ୍ରିୟା ବିଷୟରେ ଅଜ୍ଞ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ନିରୁପାୟ ହୋଇ ଓଡ଼ିଶା ମୋ ପରିବାରକୁ ଯୋଗାଯୋଗ କରିଥିଲେ ।

ଏ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । କଟକ ବଡ ମେଡିକାଲରେ ହେଲ୍ପଡେସ୍କ ସହଯୋଗୀ ସନ୍ତୋଷ ଦାସ (ଓଡ଼ିଶା ମୋ ପରିବାର) ପୋଷ୍ଟମୋର୍ଟମ୍ ପ୍ରକ୍ରିୟାରେ ସାହାଯ୍ୟ କରିଥିଲେ । ପରିବାର ସଦସ୍ୟ ଆର୍ôଥକ ସଙ୍କଟରେ ଥିବାରୁ ପାର୍ବତୀଙ୍କ ମୃତଦେହକୁ ତାଙ୍କ ଗ୍ରାମକୁ ନେବାପାଇଁ ଯାତାୟାତ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଓ ପାର୍ôଥବଶରୀର ତାଙ୍କ ଗ୍ରାମକୁ ଫେରାଇ ନେବା ପାଇଁ ଯାତାୟାତ ସହାୟତା ଯୋଗାଇ ଦିଆଯାଇଥିଲା । ଏ ସମସ୍ତ ପ୍ରକ୍ରିୟାକୁ ଓଡ଼ିଶା ମୋ ପରିବାର ହେଲ୍ପଡେସ୍କ ସହଯୋଗୀ, ଉଭୟ ସନ୍ଦୀପ ରଥ ଏବଂ ସନ୍ତୋଷ ଦାସ ସଂଯୋଜନା କରିଥିଲେ । ଅତ୍ୟନ୍ତ ସଙ୍କଟମୟ ସ୍ଥିତିରେ ସହାୟତାର ହାତ ବଢାଇଥିବାରୁ ପରିବାର ବର୍ଗ ଓ ସ୍ଥାନୀୟ ବାସିନ୍ଦା ଓଡ଼ିଶା ମୋ ପରିବାରକୁ ଧନ୍ୟବାଦ ଜଣାଇଥିଲେ ।

nis-ad
Leave A Reply

Your email address will not be published.