ବଡ଼ଭାଇର ପରିବାରର ୫ଜଣଙ୍କୁ ହତ୍ୟା କଲା ସାନଭାଇ

କଟକ: ଜମିଜମା ବିବାଦକୁ କେନ୍ଦ୍ର କରି ବଡ଼ଭାଇର ପରିବାରର ୫ ଜଣଙ୍କୁ ହତ୍ୟା କଲା ସାନ ଭାଇ । ହତ୍ୟା କରିବା ପରେ ଥାନାରେ ଆତ୍ମ ସମର୍ପଣ କରିଛି ଅଭିଯୁକ୍ତ ସାନଭାଇ ଶିବ ସାହୁ । କଟକ ଜିଲ୍ଲା କୁସୁପୁର ପଞ୍ଚାୟତ କୁସୁପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ, ଜମିବାଡି ବିବାଦକୁ ନେଇ କିଛି ଦିନ ପୂର୍ବରୁ କୁସୁପୁର ଗାଁର ଦୁଇ ଭାଇଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ଲାଗିରହିଥିଲା ।

ଯାହାର ପରିଣତି ଗତକାଲି ରାତିରେ ଭୟଙ୍କର ହୋଇଥିଲା । ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିଛି ସାନ ଭାଇ । ସୋମବାର ବିଳମ୍ବିତ ରାତିଲେ ଶିବ ସାହୁ ବଡ ଭାଇ ଅଲେଖ ସାହୁଙ୍କ ସମେତ ତାଙ୍କ ପତ୍ନୀ, ଦୁଇ ପୁଅ ଏବଂ ଝିଅକୁ ହତ୍ୟା କରିଛି । ମୃତକଙ୍କ ନାମ ହେଲା ଅଲେଖ ସାହୁ, ସ୍ତ୍ରୀ ରଶ୍ମି ସାହୁ, ଝିଅ ପାଏଲ, ପୁଅ ଗୁଡୁ ଓ ଟୁବୁ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର ତାଲା ଭାଙ୍ଗି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଜମିବାଡି ବିବାଦକୁ ନେଇ ଏପରି ଜଘନ୍ୟ କାଣ୍ଡ ହୋଇଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ।

ସେପଟେ ହତ୍ୟା ପରେ ସାନ ଭାଇ ଶିବ ପ୍ରସାଦ ସାହୁ ଥାନାରେ ଆତ୍ମସମର୍ପଣ କରିଛି । ଥାନାରେ ଆତ୍ମସମର୍ପଣ ପୂର୍ବରୁ ଅଭିଯୁକ୍ତ ଶିବ ସାହୁ ଏକ ଭିଡିଓ ଜାରି କରିଛନ୍ତି । ଶିବଙ୍କ କହିଛନ୍ତି ଯେ, ‘ପାରିବାରିକ କଳହ କାରଣରୁ ବଡଭାଇ ସହ ତିକ୍ତତା ଲାଗି ରହୁଥିଲା । ସେମାନେ ମୋତେ ହଇରାଣ କରୁଥିଲେ । ଗତକାଲି ରାତିରେ ଭାଇ-ଭାଉଜ ଏବଂ ତାଙ୍କ ପିଲାମାନେ ଏକାଠି ହୋଇ ମୋତେ ମାରିଲେ । ମୁଁ ମୋ ମାନସିକ ସ୍ଥିତି ହରାଇ ବସିଲି ।’ ଫଳରେ ରାଗିଯାଇ ସେମାନଙ୍କୁ ହତ୍ୟା କରିଥିବା ଭିଡିଓ ଜରିଆରେ କହିଛନ୍ତି ଅଭିଯୁକ୍ତ ସାନଭାଇ । ତେବେ ପ୍ରକୃତରେ କେଉଁ କାଣରୁ ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

nis-ad
Leave A Reply

Your email address will not be published.