ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ଧର୍ମେନ୍ଦ୍ରଙ୍କ ନିନ୍ଦା

ଭୁବନେଶ୍ୱର: ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଘଟଣାକୁ ନିନ୍ଦା କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ଆମ ଦଳର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ଗାଡ଼ି ଚାଳକ ଓ ସୁରକ୍ଷାକର୍ମୀଙ୍କୁ ଦିନ ଦ୍ୱିପହରରେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରୁଛି’ ।

ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ଆକ୍ରୋଶ ରଖି ହେଉଥିବା ଆକ୍ରମଣରୁ ସ୍ପଷ୍ଟ ମନେ ହେଉଛି ଯେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ରାଜ୍ୟ ସରକାରଙ୍କ ହାତରୁ ଖସିବାକୁ ଯାଉଛି, ଯାହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ଯେଉଁଠି ଜନପ୍ରତିନିଧି ସୁରକ୍ଷିତ ନୁହନ୍ତି, ସେଠାରେ ସାଧାରଣ ଲୋକ କିପରି ସୁରକ୍ଷିତ ରହିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗୀର ଲୋଇସିଂହ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି । ଏଥିରେ ବିଧାୟକଙ୍କଗ ପିଏସ୍‌ଓ ଏବଂ ଡ୍ରାଇଭର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଲୋଇସିଂହା ବିଧାୟକ କୌଣସି କାମରେ ଯାଉଥିଲେ । ଠିକ୍‌ ଏହି ସମୟରେ ସମ୍ବଲପୁର-ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ବୁରଡ଼ା ଛକ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

nis-ad
Leave A Reply

Your email address will not be published.