‘ଭାରତରେ ବଢ଼ୁଛି ମାନବାଧିକାର ଉଲ୍ଲଙ୍ଘନ ମାମଲା, ନଜର ରଖିଛି ଆମେରିକା’

ୱାଶିଂଟନ: ଭାରତ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ। ଭାରତରେ ବର୍ତ୍ତମାନ ମାବାଧିକାର ଉଲ୍ଲଙ୍ଘନ ବଢ଼ି ଚାଲିଛି। ଏହା ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି। କିଛି ଅଧିକାରୀ ଭାରତରେ ମାନବାଧିକାରକୁ ଉଲ୍ଲଙ୍ଘନ କରୁଛନ୍ତି ବୋଲି ସେ କହିଛନ୍ତି।
ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟୋଡ ଅଷ୍ଟିନ, ବୈଦେଶିକ ମନ୍ତ୍ରୀ ବ୍ଲିନକେନ ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨+୨ ବୈଠକରେ କରିଥିଲେ। ଏହାପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ଲିନକେନ ଏପରି କଥା କହିଛନ୍ତି।
ସେ କହିଛନ୍ତି, “ଆମେ ନିୟମିତ ଭାବେ ଆମ ଭାରତୀୟ ପାର୍ଟନରଙ୍କ ସହ ମାନବାଧିକାରର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରୁଛୁ ଓ ମାନବାଧିକାର ଉଲ୍ଲଙ୍ଘନରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରୁଛି। ନିକଟରେ ଭାରତରେ ଘଟିଥିବା କିଛି ମାନବାଧିକାର ଉଲ୍ଲଙ୍ଘନ ମାମଲା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣା ସବୁକୁ ଆମେ ସମୀକ୍ଷା କରୁଛୁ। ଭାରତର ସରକାରୀ ଅଧିକାରୀ, ପୁଲିସ୍‌ ଓ ଜେଲ କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ମାନବାଧିକାର ଉଲ୍ଲଙ୍ଘନ ମାମଲା ବୃଦ୍ଧି ପାଇଛି। ଏହା ଉପରେ ଆମେରିକା ପୂରା ନଜର ରଖିଛି।”
ତେବେ ସେ ଭାରତରେ କେଉଁଭଳି ମାନବାଧିକାର ଉଲ୍ଲଙ୍ଘନ ସବୁ ହେଉଛି, ସେ ବିଷୟରେ କିଛି ବି କହିନାହାନ୍ତି। ସାମ୍ବାଦିକ ସମ୍ମିଳନୀରେ ବ୍ଲିନକେନ ଏପରି କଥା କହିଥିଲେ ମଧ୍ୟ ଜୟଶଙ୍କର କିମ୍ବା ରାଜନାଥ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
ଏହା ପୂର୍ବରୁ ମଧ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିର ଜଣେ ସାଂସଦ ଇଲ୍ଲହାନ ଓମାର ଭାରତରେ ମାନବାଧିକାର ଉଲ୍ଲଙ୍ଘନ କଥା ଉଠାଇଥିଲେ।

nis-ad
Leave A Reply

Your email address will not be published.