ସ୍କୁଟି ହେଡ୍ ଲାଇଟ ଭିତରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବର:ପୋଲିସ ଆଖିରେ ଧୂଳି ଦେବା ପାଇଁ ଅଭିନବ ଉପାୟ। ସ୍କୁଟି ହେଡଲାଇଟରେ ବ୍ରାଉନସୁଗାର ପୁଡିଆ ରଖି ବ୍ରିକି କରାଯାଉଥିଲା। ରାଜଧାନୀ ଭୁବନେଶ୍ବରରେ ଏଭଳି ଉପାୟରେ ଜଣେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଅବକାରୀ ଟିମ୍ ଏହାକୁ ଜବତ କରିଚି । କ୍ୟାପିଟାଲ ଥାନା ଅଧିନ କେଦାରପଲ୍ଲୀ ବସ୍ତିରୁ ୧୧୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ।

ବ୍ରାଉନ ସୁଗାର ବେପାରୀ ସଂଜୟ ନାୟକକୁ ଗିରଫ କରିଛି ଅବକାରୀ ଟିମ । ଜବତ ବ୍ରାଉନସୁଗାର ଆନୁମାନିକ ମୁଲ୍ୟ ଏକଲକ୍ଷ ବାର ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

ଅତି ଚତୁରତାର ସହ ପୋଲିସ ଓ ଅବକାରୀ ଟିମ ଆଖିରେ ଧୁଳି ଦେବାପାଇଁ ସଂଜୟ ନିଜ ସ୍କୁଟି ହେଡ ଲାଇଟ ଭିତରେ ଛୋଟ ଛୋଟ ପୁଡିଆ କରି ବ୍ରାଉନ ସୁଗାର ରଖି ବେପାର କରିଆସୁଥିଲା । ଯାହାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ ।

nis-ad
Leave A Reply

Your email address will not be published.