ଗାଜିଆବାଦ: ବସ୍ତିରେ ଭୀଷଣ ନିଆଁ; ଜିଅନ୍ତା ଜଳି ପାଉଁଶ ହୋଇଗଲେ ୫୦ରୁ ଅଧିକ ଗାଈ

ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଇନ୍ଦିରାପୁରମ୍‌ର କନାଓ୍ଵନୀ ଅଞ୍ଚଳରେ ଭୀଷଣ ନିଆଁ ସଂସ୍ପର୍ଶରେ ଆସି ୫୦ରୁ ଅଧିକ ଗାଈ ଜିଅନ୍ତା ଜଳି ପାଉଁଶ ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ, ଏଠାରେ ଥିବା ଏକ ବସ୍ତିରେ ସୋମବାର ଦ୍ୱିପ୍ରହରରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ମାତ୍ରାରେ ବ୍ୟାପି ଯାଇଥିଲା ଯେ ବସ୍ତି ନିକଟରେ ଥିବା ଏକ ଗୋଶାଳା ଏହା କବଳକୁ ଆସି ଯାଇଥିଲା।

ନିଆଁ ସଂସ୍ପର୍ଶରେ ଆସି ୫୦ରୁ ଅଧିକ ଗାଈଙ୍କ ମୃତ୍ୟୁ ଘଟିଛି। ଘଟଣା ବିଷୟରେ ଖବର ପାଇ ଦମକଳ ବାହିନୀ ତୁରନ୍ତ ସେଠାରେ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବାକୁ ବର୍ତ୍ତମାନ ସୁଦ୍ଧା ଚେଷ୍ଟା ଜାରି ରହିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ ଦେଖୁ ଦେଖୁ ପୂରା ଅଞ୍ଚଳ ସର୍ବନାଶ ହୋଇ ଯାଇଥିଲା।

ତେବେ ଗାଈଙ୍କ ବ୍ୟତୀତ କେହି ମଣିଷ ମୃତାହତ ହୋଇଥିବା ନେଇ ଖବର ନାହିଁ। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। କ୍ଷୟକ୍ଷତି ବିଷୟରେ ସ୍ଥାନୀୟ କୃଷ୍ଣ ସେବା ଗୋଶାଳା ଟ୍ରଷ୍ଟର ନିର୍ଦ୍ଦେଶକ ସୂରଜ କହିଛନ୍ତି, ତାଙ୍କ ଗୋଶାଳାରେ ୧୦୦ ଗାଈ ଥିଲେ। ଏହି ଅଗ୍ନିକାଣ୍ଡରେ ୫୦ରୁ ଅଧିକ ଗାଈଙ୍କ ମୃତ୍ୟୁ ଘଟିଛି।

nis-ad
Leave A Reply

Your email address will not be published.