ଢେଙ୍କାନାଳ ପୌରାଧ୍ୟକ୍ଷଙ୍କ ବାସଭବନରେ ବୋମା ମାଡ଼: ତଦନ୍ତ ଦାବି କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଏପ୍ରିଲ ୧୧: ଢେଙ୍କାନାଳର ନବ ନିର୍ବାଚିତ ପୌରାଧ୍ୟକ୍ଷା ତଥା ବିଜେପି ନେତ୍ରୀ ଜୟନ୍ତୀ ପାତ୍ର ବାସଭବନରେ ବୋମା ମାଡ଼ ହୋଇଛି । ଦୁର୍ବୃତ୍ତମାନେ ଦୁଇ ଦୁଇ ଥର ଟାର୍ଗେଟ୍‌ କରି ଆକ୍ରମଣ କରିଛନ୍ତି । ତେବେ ଏହି ଘଟଣା ପରେ ଏହାର ତୁରନ୍ତ ତଦନ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରି ଏକ ଟୁଇଟ୍‌ କରିଛନ୍ତି ।

ଏହାସହିତ ଏହି ଘଟଣାର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ ଡିଜିଙ୍କ ସହ କଥା ହୋଇଥିବା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

nis-ad
Leave A Reply

Your email address will not be published.