ଉଠବସ୍ କରିବାରୁ ୭ଛାତ୍ରୀ ଅସୁସ୍ଥ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ପାଟଣାଗଡ଼ର ଏକ ସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହି ମାମଲାରେ ଗୋଷ୍ଠୀ ଶିକ୍ଷାଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ବାପୁଜୀ ହାଇସ୍କୁଲର ୭ ଛାତ୍ରୀଙ୍କୁ ଶିକ୍ଷକ ଉଠବସ୍ କରିବାରୁ ସେମାନେ ଅସୁସ୍ଥ ହୋଇପଡିଥିବା ଅଭିଯୋଗ ହୋଇଛି । ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି, ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ରାର୍ଥନା ସଭାରେ ବିଳମ୍ବରେ ପହଞ୍ଚିବା କାରଣରୁ ଉଠବସ୍ କରିବା ଅଭିଯୋଗ ହୋଇଥିବା ଜଣାପଡିଛି । ଉଠବସ୍ କରିବା ପରେ ଛାତ୍ରୀମାନେ ଅଚେତ ହୋଇପଡ଼ିବାରୁ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

nis-ad
Leave A Reply

Your email address will not be published.