ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ମାନବବିହୀନ ଟ୍ୟାଙ୍କ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ଆଉ ଏକ ଶକ୍ତି । ଡିଆରଡିଓ ଏନେଇ ଗବେଷଣା କରିବା ସହ ମାନବବିହୀନ ଟ୍ୟାଙ୍କର ବିକାଶ କରୁଛି । ଯେଉଁ ଟ୍ୟାଙ୍କରେ ବିନା ମଣିଷରେ ଯୁଦ୍ଧ କରିହେବ । ଏହି ଟ୍ୟାଙ୍କର ନାଁ ଅର୍ଜୁନ ଏମକେ-୧ଏ ରହିଥିବା ବେଳ ଯୁଦ୍ଧ ଭୂମିରେ ବିନା ଯୋଦ୍ଧାରେ ଶତ୍ରୁଙ୍କ ସହ ଲଢ଼େଇ କରିବ । ଏପ୍ରିଲ୍ ୨୦୨୨ରେ ଡିଆଡିଓର ଟେକ୍ନୋଲୋଜି ଫୋକସ୍ ଉଲ୍ଲେଖ କରିଥିଲା ।ଅର୍ଜୁନ ଏମ-୧ଏ ଉପରେ ଆଧାରିତ ଏକ ମାନବ ବିହୀନ ଟ୍ୟାଙ୍କ ଉପରେ କାମ କରାଯାଉଛି ।ଏହି ମାନବ ବିହୀନ ଟ୍ୟାଙ୍କକୁ ଅପରେଟ୍‌ ପାଇଁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି । ଆହୁରି କୁହାଯାଉଛି କି ଏହି ଟ୍ୟାଙ୍କ ସ୍ୱଦେଶୀ ଇଞ୍ଜିନରେ ନିର୍ମିତ ।

କମ୍ବାଟ୍ ଭେଇକିଲ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ବା (ସିଭିଆରଡିଇ) ଭାରତୀୟ ସେନା ପାଇଁ ଯୁଦ୍ଧ ଟ୍ୟାଙ୍କର ଡିଜାଇନ୍ ପ୍ରସ୍ତୁତ କରିଛି । ଭବିଷ୍ୟତରେ ଏହାକୁ ବିକଶିତ କରିବା ପାଇଁ ଆହୁରି ଲକ୍ଷ୍ୟ ରଖାଯାଇଛି । ଏଥିରେ ସିଭିଆରଡିଇ ୬୦୦ଏଚପି ଇଞ୍ଚିନ ସହ ଉନ୍ନତ କୌଶଳରେ ଏହାକୁ ନିର୍ମାଣ କରାଯାଇଛି ।

ଡିଆରଡିଓ ଓ ଭାରତୀୟ ସ୍ୱଦେଶୀ ଉଦ୍ୟମ ଯୋଗୁ ଏହା ସଫଳ ହୋଇଛି । ଆଉ ଏହି ଟ୍ୟାଙ୍କକୁ ଆଗକୁ ଆହୁରି ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ବାରା ଭାରତର ଟେକ୍ନୋଲୋଜି ମଧ୍ୟ ବୃଦ୍ଧି ପାଇବ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳ ହୋଇପାରିବ । ସବୁଠାରୁ ବଡ଼ କଥା ହେଉଛି ଏଥି ଯୋଗୁ ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ ।

nis-ad
Leave A Reply

Your email address will not be published.