ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗ ମାନଙ୍କ ହିତ ନିମନ୍ତେ ଆଜି ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣୀ କକ୍ଷରେ ପ୍ରାଥମିକତା ଭିତ୍ତିରେ ସର୍ବ ପ୍ରଥମେ ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗ ଶୁଣାଣୀ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ‘ଦିବ୍ୟାଙ୍ଗଜନ ସମାଧାନ’ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଉଗଡ ସମ୍ମିଳନୀ କକ୍ଷ ଠାରେ ଅଭିଯୋଗ ପାଇଁ ଆସିଥିବା ସମସ୍ତ ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗମାନ ଶୁଣିଥିଲେ । ଅଭିଯୋଗ ଶୁଣାଣି କରି ତାର ଆଶୁ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଦିବ୍ୟାଙ୍ଗ ମାନଙ୍କ ଜୀବନ ଜୀବୀକା ଉପରେ ଅଧିକ ଗୁରୁତ୍ବ ଦେଇଥିଲେ । ସେମାନେ ଯେପରି ସହଜରେ ଭତ୍ତା, ସ୍କଲାରସିପ୍, ବିକଳାଙ୍ଗ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସରକାରୀ ସହାୟତା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ କହିଥିଲେ । ଆଜିର ଦିବ୍ୟାଙ୍ଗଜନ ସମଧାନରେ ଜିଲ୍ଲାର ସମସ୍ତ ଅଞ୍ଚଳରୁ ସମୁଦାୟ ୪୦୭ ଜଣଙ୍କ ଆବେଦନ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ପେନସନ୍ ବାବଦକୁ ୧୩୮, ସ୍ବାସ୍ଥ୍ୟଗତ ୪ଟି , ପ୍ରମାଣ ପତ୍ର ବାବଦକୁ ୭୭, ଜୀବନଜୀବୀକା ବାବଦକୁ ୧୨ ଗୋଟି, ଡି. ଆର୍. ଆଇ. ଋଣ ବାବଦକୁ ୫୪ ଗୋଟି, ଶିକ୍ଷା ସମ୍ପର୍କିତ ୩ ଗୋଟି, ଟି ଜି ଇସ୍ୟୁ ୪ ଗୋଟି, ପିଡିଏସ୍ ବାବଦକୁ ୫୫, ଉପକରଣ ବାବଦକୁ ୧୧୬, ଅନ୍ୟାନ୍ୟ ସମସ୍ୟା ବାବଦକୁ ୧୭ ଟି ଆବେଦନ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୪୬ ଜଣଙ୍କୁ ଉପକରଣ ବଣ୍ଟନ, ୩ ଜଣଙ୍କୁ ପେନସନ୍ ପ୍ରଦାନ କରାଯାଇଥିବା ବେଳେ ୮୬ ଗୋଟି ଆବେଦନର ଫୈସଲା ହୋଇଯାଇଛି । ଆଗାମୀ ଦିନରେ ଅବଶିଷ୍ଟ ଆବେଦନର ଫୈସଲା ହେବ ବୋଲି ସରକାରୀ ସୂତ୍ରରୁ ଜଣା ପଡିଛି ।
ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ,ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମାକାନ୍ତ ମିଶ୍ର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରଖା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Next Post