ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ମହିଳାଙ୍କ ଠାରୁ ଲୁଟ୍‌

ଟଙ୍କା ଜମା ବାହାନାରେ ଠକେଇ, ଜଣେ ଗିରଫ
ହିଞ୍ଜିଳିକାଟୁ (୧୦ା୪) : ବ୍ୟାଙ୍କରେ ଟଙ୍କା ଜମା କରାଇଦେବା ବାହାନା କରି ଜଣେ ମହିଳାଙ୍କ ଠାରୁ କୌଶଳ କରି ଟଙ୍କା ଲୁଟି ନେବା ଅଭିଯୋଗରେ ହିଞ୍ଜିିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ କବିସୂର୍ଯ୍ୟନଗର ବ୍ଳକ କଲୋନୀର ରାମକୃଷ୍ଣ ପଟ୍ଟନାୟକ (୪୫) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୧୫୮/୨୨ରେ ଏକ ମାମଲା ରୁଜୁ କରି ପୁଲିସ ଶନିବାର ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ରାଳବ ଗ୍ରାମର ମହିଳା ଅମୁଲ୍ୟ ଭଉଳ ଶୁକ୍ରବାର ସିକିରି ଉତ୍କଳ ଗ୍ରାମିଣ୍ୟ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଆସିଥିଲେ । ସଂପୃକ୍ତ ଯୁବକ ଜଣକ ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ମହିଳାଙ୍କ ଠାରୁ ଟଙ୍କା ମାଗିଥିଲେ । ପରେ ଟଙ୍କା ଗଣିବା ବହାନାରେ ୪ହଜାର ୫ଶହ ଟଙ୍କା ଲୁଟି ନେଇ ବ୍ୟାଙ୍କରେ ଜମା କରିବାକୁ ପରାମର୍ଶ ଦେଇଥିଲେ । ମହିଳା ଜଣଙ୍କ ବ୍ୟାଙ୍କରେ ଟଙ୍କା ଜମା କରିବା ସମୟରେ ୪ହଜାର ୫ଶହ ଟଙ୍କା କମ୍ ଥିବା ଜାଣିପାରି ଘଟଣା ନେଇ ବ୍ୟାଙ୍କ ଶାଖା ପରିଚାଳକଙ୍କୁ କହିଥିଲେ । ବ୍ୟାଙ୍କ ସିସିଟିଭି ଯାଂଚ କରି ଫୁଟେଜକୁ ନିକଟସ୍ଥ ଅଂଚଳର ସମସ୍ତ ବ୍ୟାଙ୍କକୁ ପଠାଇଥିଲେ । ହିଞ୍ଜିଳିକାଟୁ ଏସବିଆଇ ନିକଟରେ ପୁଣି ଥରେ ଏଭଳି କାରନାମା କରୁଥିବା ବେଳେ ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ରାମକୃଷ୍ଣଙ୍କୁ ଗିରଫ କରିଥିଲେ ।

nis-ad
Leave A Reply

Your email address will not be published.