ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଉରକେଲା ଡିଭିଜନସ୍ତରୀୟ ବୈଠକ ବଡଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି

ରାଉରକେଲା (୧୦/୦୪) : ଆଜି ରାଉରକେଲା ଡିଭିଜନ ଅନ୍ତର୍ଗତ ବଡଗାଁ ରେଞ୍ଜ ରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଡିଭିଜନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁପତ୍ର ସଂସ୍ଥା ରେ କାର୍ଯ୍ୟ ରତ ସିଜିନାଲ କର୍ମଚାରୀ ତୋଳାଲି ଓ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ କୁ ପ୍ରତିବାଦ କରି ଆଜି ଅନୁଷ୍ଠିତ ସଭାରେ ଉଦବେଗ ପ୍ରକାଶ କରାଯାଇଥିଲା l ବିଶେଷ ଭବରେ ମୁନସୀ ମାନଙ୍କୁ 90 ଦିନ କାର୍ଯ୍ୟ ଯୋଗାଇବା ପରିବର୍ତ୍ତେ କାର୍ଯ୍ୟ ଦିବସ କୁ କମ୍ କରିବା, ଦିନ ମଜୁରିଆ ଭାବରେ ଫଡ଼ି ଘର ମରାମତି ରେ ବିନିଯୋଗ କରିବା,ଗୁଚ୍ଛl କଟେଇ ସରି ଯାଇଥିଲେ ସୁଦ୍ଧା ପତ୍ର ସଂଗ୍ରହ ଆରମ୍ଭ ହେବାକୁ ଥିବାବେଳେ ସମସ୍ତ୍ ରେଞ୍ଜ୍ ରେ ଖାଲି ଥିବା ପଦବୀ ପୂରଣ ନ କରିବା, ସିଜିନାଲ କର୍ମଚାରୀ ମାନଙ୍କ ପାଇଁ ସାପ୍ତାହିକ ଛୁଟି ଥିବା ବେଳେ ରାଉରକେଲା ଡିଭିଜନ ରେ ଛୁଟି ନ ଦେବା ଆଦି ଅଭିଯୋଗ ଉପରେ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା l

କରୋନା ସଂକ୍ରମଣ ପାଇଁ ବନ୍ଦ ହୋଇ ଯାଇଥିବା ଜି ଏସ୍ ଟି ଏବଂ ଘରୋଇକରଣ ବିରୋଧରେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବା ସହ ସମାଜିକ ସୁରକ୍ଷା ଯୋଜନା ରେ ଦୁଇଟି ଝିଅ ବାହାଘର ପାଇଁ ଆର୍ଥିକ ସହାୟତା, ଛାତ୍ର ବୃତ୍ତି ତଥା ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ 2000 କେରୀ ମାପଦଣ୍ଡ ପରିବର୍ତ୍ତେ 1000 କେରୀ କୁ ପୁନଃ ପ୍ରଚଳନ କରିବା ଆଦି ଦାବୀ ନେଇ ଆଲୋଚନା କରାଯାଇଥିଲା l ଡିଭିଜନ ସମ୍ପାଦକ କ୍ଷେତ୍ର ମୋହନ ବାରିକ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଂଗଠନ ସମ୍ପାଦକ ସଞ୍ଜିତ୍ ମହାନ୍ତି, ରାଉରକେଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା, କୋଷାଧକ୍ଷ ଶୋଭା ପ୍ରଧାନ, ଦୁତିଆ ରାଉତ, ପର୍ଶୁରାମ ଭଇଁଶା, ସେବେଷ୍ଟିୟlନ ତପନୋ, ଦୁର୍ଗା ମହାନ୍ତ, ହରିହର କବତ୍ତ, ପୂର୍ଣ୍ଣ ଚନ୍ଦ୍ର କାହାଳୀ, ସଦାନନ୍ଦ ନେଟି, ସୁରେନ୍ଦ୍ର କଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.