ଆଇନ ସଚେତନତା ଶିବିର ଅନୁଷ୍ଠିତ


ଫୁଲବାଣୀ : ଜିଲ୍ଲା ଆଇନ ସେବା ପ୍ରାଧିକରଣ କନ୍ଧମାଳ ଫୁଲବାଣୀ ତରଫରୁ ସ୍ଥାନୀୟ ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଡିଏଲଏସର ସମ୍ପାଦକ ରମାଦେବୀ ସୋରନ ଯୋଗ ଦେଇ ଆରଟିଆଇ ଏବଂ ଏଫଆଇଆରର ଫୁଲ ଫର୍ମ ଜାଣିଛନ୍ତି କି ବୋଲି ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ ପରେ ଏହା ଉପରେ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଏସପି ବିପିନ ବିହାରୀ ବେହେରା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ନିର୍ଭୟରେ ଥାନାରେ ଏଫ ଆଇ ଆର ଦେଵ ପାଇଁ କହିଥିଲେ ଯଦି ଥାନାରେ ଭାରପ୍ରାପ୍ତ ଅଧିକାରୀ ଏଫ ଆଇ ଆର ନ ଗ୍ରହଣ କରନ୍ତି ତେବେ ଏସପିଙ୍କୁ ସିଧାସଳଖ ଦେବାକୁ କହିଥିଲେ।ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି ଯୋଗଦେଇ ସେଥିପାଇଁ ଅଦାଲତର କୋ ଧାରା କେଉଁଥିପାଇଁ ପ୍ରଯୁଜ୍ୟ ତାରି ଉପରେ ଆଲୋକପାତ କରିଥିଲେ।ସଂମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ଯୋଗ ଦେଇ ଛାତ୍ରଛାତ୍ରୀ ସମସ୍ତେ ଆଇନ କଣ ଜାଣିବା ନିହାତି ଆବଶ୍ୟକ ବୋଲି କହିଥିଲେ।ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ଶତପଥୀ ମଧ୍ୟ ମଞ୍ଚ।ସିନ ଥିଲେ ।ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.