ବେଆଇନ ଗଞ୍ଜେଇ ଚାଲାଣ ବେଳେ ୨ ଗିରଫ ସହ କାର ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଶ୍ରିପଡ଼ା ଛକ ନିକଟବର୍ତୀ ବୋଡକମ୍ବା ଗ୍ରାମରେ ଗୋଟିଏ ସୁଇଫ୍ ଡିଯେଆର୍ କାର ଗାଡ଼ି ନମ୍ବର୍ ଓଡି ୦୨/ଏଏନ୍/୪୦୯୬ ରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଥିଲା । ଗାଡ଼ିରେ ୭୧ କେଜି ଗଞ୍ଜେଇ ଏହି ଗଞ୍ଜେଇ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିଲା । ଜବତ ଗଞ୍ଜେଇର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ଗିରଫ ୨ ଜଣଙ୍କ ହେଲେ କଟକ ଜିଲ୍ଲା ସାଲେପୁର ଅଂଚଳର ଆଲୋକ ସାହୁ ଓ ଏ ଏସ୍ କେ ମୁଷ୍ପକିନ ।ଏନେଇ ଫିରିଙ୍ଗିଆ ଥାନାରେ ୫୫/୨୨ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସହ ତଦନ୍ତ ଚଳାଇଥବା କହିଛନ୍ତି ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର୍ ରାଓ ।

nis-ad
Leave A Reply

Your email address will not be published.