ବିରମିତ୍ରପୁର ଥାନା ଅନ୍ତର୍ଗତ ରତାଖୋଣ୍ଡି ଗାଁରେ ବିପୁଳ ମାତ୍ରାରେ ଦେଶୀ ମଦ ଓ ମହୁଲ ପୋଚ ଜବତ

ରାଉରକେଲା (୦୯/୦୪) ୨୦୨୨ (ବସନ୍ତ କୁମାର ଜେନା): ରାଉରକେଲା ଅବକାରୀ ବିଭାଗ ଓ ବୀରମିତ୍ରପୁର ପୋଲିସର ମିଳିତ ଉଦ୍ୟମରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ରତାଖୋଣ୍ଡି ଗାଁରେ ଏକ ଗୁପ୍ତ ସୂଚନା ଆଧାରରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉରେ ବିପୁଳ ମାତ୍ରାରେ ଦେଶୀ ମଦ ସହ ମହୁଲି ପୋଚ ଜବତ କରାଯାଇଥିଲା । ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ୪ ଜଣ ରତାଖଣ୍ଡି ଗାଁର ଯୁବକ ରହିଛନ୍ତି ।କୋର୍ଟ ଚାଲାଣ କରାଯାଇଛି । ସୂଚନାନୁସାରେ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଏକ ଗୁପ୍ତ ସୂଚନା ଆଧାରରେ ଦେଶୀ ମଦ ସହ ମହୁଲି ପୋଚ ବେଆଇନ ଭାବରେ ରଖାଯାଇଥିଲା । ପରେ ସୁପରିଟେଣ୍ଡେଟଂଙ୍କ ନିର୍ଦ୍ଦେଶ ପରେ ବୀରମିତ୍ରପୁର ପୋଲିସଙ୍କ ସହ ଗାଁରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉରେ ରତାଖୋଣ୍ଡି ଗାଁରୁ ୭୫ ଲି ଦେଶୀ ମଦ ସହ ୩୦୦୦ କି.ଲୋ ମହୁଲି ପୋଚ ଜବତ କରାଯାଇଥିଲା ।

ମଦକୁ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଥିଲା । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ବୀରବଲ ମରହାପ, ସନମାନୀ ବିଚ୍ଛି, ସୀମା ବିଚ୍ଛି, ବବୁଲୁ ବେଗ ଏହି ୪ ଜଣ ରତାଖୋଣ୍ଡି ଗାଁର । ଏହି ଚଢ଼ଉରେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଚଢ଼ାଉକୁ ନେଇ ବେଆଇନ ମଦ ମାଫିଆଙ୍କ ମଧ୍ୟରେ ଚାଂଚଲ୍ୟ ଖେଳିଯାଇଛି ।

nis-ad
Leave A Reply

Your email address will not be published.