ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଧୀନରେ ଥିବା ବି ନୂଆଁଗା ପଞ୍ଚାୟତ ଅନ୍ତର୍ଗତ ସବରଦାଇ ପେଟା ଗ୍ରାମ ଜାତୀୟ ରାଜପଥ ୧୬ ଦାଣ୍ଡୁଗେଡ଼ା ପାଖରେ ଆଜି ସକାଳୁ ଏକ ଅଜଣା ଗାଡ଼ି ଧକ୍କାରେ ଜନୈକ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସାଧାରଣ ସୁଚନା ପ୍ରକାରେ ସକାଳୁ ଖବର ପାଇ ଜରଡା ପୋଲିସ ପକ୍ଷରୁ ଏସ୍ ଆଇ ମେଦିନେଶ୍ୱର କହଁର ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କେସ୍ ନଂ ୧୩୧/୨୨ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଜବତ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଜନୈକ ବୃଦ୍ଧାଙ୍କ ପରିଚୟ ମିଳିନାହିଁ ବୋଲି ଜରଡା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.