ହାତୀ ଆକ୍ରମଣରେ ବିଏସଏଫ୍ ବାଟାଲିୟନର ୬ ଯବାନ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପଖଣ୍ଡ ଚନ୍ଦକା ମୁଣ୍ଡାସାହି ନିକଟରେ ନକ୍ସଲ ବିରୋଧୀ ଟ୍ରେନିଂ ବେଳେ ଅଘଟଣ ଘଟିଛି । ହାତୀ ଆକ୍ରମଣରେ ୮୮ ବିଏସବିଫ୍ ବାଟାଲିୟନର ୬ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି ।

ତେବେ ଅନ୍ଧାର ରାତିରେ ଅତର୍କିତ ହାତୀପଲ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଅନ୍ୟ କୌଣସି ଉପାୟ ନପାଇ ଯବାନମାନେ ଫାଙ୍କା ଗୁଳିଚାଳନା କରିଥିବା ସୂଚନା ମିଳିଛି । ଯବାନଙ୍କ ସ୍ୱାସ୍ଥ୍ୟାବାସ୍ଥା ଏବେ ସ୍ଥିର ଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.