ହଟିଲା କଟକଣା, ଏଣିକି ଗର୍ଭଗୃହରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରୁ ଆଡକାଠ କଟକଣାକୁ ହଟାଇ ଦିଆଯାଇଛି । କରୋନା କଟକଣା ଲାଗି ଭକ୍ତମାନଙ୍କ ପାଇଁ ଗର୍ଭଗୃହ ପ୍ରବେଶ ବାରଣ ଥିଲା ଓ ଭକ୍ତମାନେ ଆଡକାଠ ପାଖରୁ ଠାକୁରଙ୍କୁ ଦର୍ଶନ କରୁଥିଲେ । କିନ୍ତୁ ଏଣିକି ଭକ୍ତମାନେ ସିଧାସଳଖ ଗର୍ଭଗୃହରେ ପ୍ରଭୁଙ୍କୁ ଦର୍ଶନ ସୁଯୋଗ ପାଇବେ । ପ୍ରଶାସନ ଓ ସେବାୟତଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ରୁକୁଣା ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବାକୁ ମନ୍ଦିର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ବୈଠକ ହୋଇଥିଲା । ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ମନ୍ଦିର ଟ୍ରଷ୍ଟି ଅବନୀକାନ୍ତ ପଟ୍ଟନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ, ତିନୀ ନିଯୋଗର ସଂପାଦକ ଓ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଉପସ୍ଥିତ ଥିଲେ । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି, ପୂଜାପଣ୍ଡା ନିଯୋଗ ସଂପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନିଯୋଗ ପ୍ରତିନିଧିମାନେ ଅଭିମାନ କରି କହିଥିଲେ ଯେ, ମନ୍ଦିରରେ ବହୁ ପରମ୍ପରା ରକ୍ଷା କରାଯାଉନାହିଁ । ସବୁଆଡେ କରୋନା କଟକଣା ହଟିଥିବାବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତମାନେ ଆଡକାଠରୁ ଦର୍ଶନ କରୁଛନ୍ତି । ପ୍ରଶାସନର କଟକଣା ଯୋଗୁଁ ଭକ୍ତ ଠାକୁରଙ୍କ ପାଖକୁ ଯାଇପାରୁନାହିଁ । ମନ୍ଦରି ପ୍ରଶାସନର ଆୟ କମୁଛି ।

ସେବାୟତମାନେ ପୂଜା କରିବା ସତ୍ତ୍ୱେ ଯାତ୍ରୀଙ୍କଠୁ ଉପଯୁକ୍ତ ପାଉଣା ପାଇପାରୁନାହନ୍ତି । ସେହିଭଳି ବେ-ବନେ୍ଦାବସ୍ତ ଜମି ସେବାୟତଙ୍କୁ ଫେରାଇ ଦିଆଯାଉନାହିଁ । ପଇତାଲାଗି ସମସ୍ୟା, ଭିଆଇପି ସମସ୍ୟା, ଶ୍ରାବଣୀ ପାଉଣା ସମସ୍ୟା ଆଦି ଦେବୋତ୍ତରତ୍ତର ବିଭାଗ ପଡି ରହିଛି । କୌଣସି ନିଷ୍ପତ୍ତି ନିଆଯାଉନାହିଁ । ସେମାନଙ୍କ ଆପତ୍ତି ଶୁଣିବା ପରେ ପ୍ରଶାସନ ପକ୍ଷରୁ ଆଡକାଠ କଟକଣାକୁ ହଟାଇ ଦିଆଯାଇଥିଲା ।

nis-ad
Leave A Reply

Your email address will not be published.