ସୁନ୍ଦରଗଡ ଜିଲ୍ଲାରେ ବିଜେଡି ର ବାଜିମାତ୍ । ଜିଲ୍ଲାର ୩ ଟି ପୌରପାଳିକା ପାଇଁ ଉପନଗରପାଳ ନିର୍ବାଚିତ ହେଲେ ବିଜେଡ଼ି ପ୍ରାର୍ଥୀ

ରାଉରକେଲା, ୭/୪ (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାର ୩ ଟି ପୌରପାଳିକାର ଉପନଗରପାଳ ପଦ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ପୌରପାଳିକାରେ ବିଜେଡ଼ିର ପ୍ରାର୍ଥୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ବୀରମିତ୍ରପୁରରେ ବିଜେଡ଼ି ୧ ନଂ ୱାର୍ଡ କାଉନସିଲର ନିବେଦିତା ବାଗେ ବିନା ପ୍ରତିଦ୍ୱନ୍ଦିତରେ ଉପନଗରପାଳ ପଦ ପାଇଁ ନିର୍ବାଚିତ ହୋଇଛନ୍ତି ।

ନବ ନିର୍ବାଚିତ ଉପନଗରପାଳଙ୍କୁ ନଗରପାଳ ସନ୍ଦୀପ ମିଶ୍ର, ପୂର୍ବ ବିଧାୟକ ନିହାର ସୁରିନ ସମେତ ଦଳୀୟ କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ସେହିପରି ରାଜଗାଙ୍ଗପୁର ପୌରପାଳିକାରେ ୨ ନଂ ୱାର୍ଡ଼ର ବିଜେଡ଼ି କାଉନସିଲର ମହମ୍ମଦ ଇରଫାନ ନିଦ୍ୱର୍ନ୍ଦରେ ଉପନଗରପାଳ ନିର୍ବାଚିତ ହୋଇଛନ୍ତି ।ନବ ନିର୍ବାଚିତ ଉପନଗରପାଳ ଇରଫାନଙ୍କୁ ନଗରପାଳ ମାଧୁରୀ ଲୁଗୁନଙ୍କ ସମେତ ଦଳୀୟ କର୍ମୀ ସ୍ୱାଗତ କରିଥିଲେ । ଅନ୍ୟପଟେ ସୁନ୍ଦରଗଡ଼ ପୌରପାଳିକାର ନଗରପାଳ ପଦ ବିଜେପି ପଛରେ ଯାଇଥିବାବେଳେ ଉପନଗରପାଳ ପଦରେ ବିଜେଡ଼ିର ୬ନଂ ୱାର୍ଡ଼ କାଉନସିଲର ଲଲାଟେନ୍ଦୁ ପରିଡ଼ା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ଉପନଗରପାଳ ଲଲାଟେନ୍ଦୁଙ୍କୁ ନଗରପାଳ ତନିଆଙ୍କ ମିଶ୍ରଙ୍କ ସମେତ ବହୁ ଶୁଭେଚ୍ଛୁ ସ୍ୱାଗତ କରିଥିଲେ ।

nis-ad
Leave A Reply

Your email address will not be published.