ଭିଜିଲାନ୍ସ ଇତିହାସରେ ରେକର୍ଡ : ସହକାରୀ ଯନ୍ତ୍ରୀଙ୍କ ଘରୁ ଜବତ ହେଲା ୨ କୋଟି କ୍ୟାସ୍

ଭିଜିଲାନ୍ସ ଇତିହାସରେ ସର୍ବାଧିକ କ୍ୟାସ ଜବତ। କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କର ଘରୁ ନଗଦ ୨ କୋଟି ଟଙ୍କା ଜବତ କଲା ଭିଜିଲାନ୍ସ। ଟଙ୍କା ଗଣିବା ପାଇଁ ମେସିନ ବ୍ୟବହାର କରିଛି ଭିଜିଲାନ୍ସ। କାର୍ତ୍ତିକେଶ୍ୱର ରାଉଳ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଠାରୁ ମିଳିଛି ଏହି ନଗଦ ଟଙ୍କା।

ଗତକାଲି ତାଙ୍କ ଠାରୁ ୨ କୋଟି ୭୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରି ଠାବ କରିଛି ଏହି ସମ୍ପତ୍ତି।ଗଞ୍ଜାମ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ।

ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱରରେ ଦୁଇଟି ଫ୍ଲାଟ ଓ ଅନ୍ୟ ଏକ ଦୁଇ ମହଲା ଘର। ବ୍ୟାଙ୍କ ଓ ଇନ୍ସୁରାନ୍ସ ଜମା ୩୭ ଲକ୍ଷ ୨୩ ହଜାର ଟଙ୍କାର ରହିଛି। କାର୍ତ୍ତିକେଶ୍ୱରଙ୍କର ରହିଛି ୭ ଟି ପ୍ଲଟ। ସେଥିମଧ୍ୟରୁ ଭୁବନେଶ୍ୱର ପ୍ରାଇମ ଲୋକେସନରେ ଦୁଇଟି ପ୍ଲଟ।ସହକାରୀ ଯନ୍ତ୍ରୀଙ୍କ ଘରୁ ଗତକାଲି ମିଳିଥିଲା ନଗଦ ୨ ଲକ୍ଷ ୫୦ ହଜାର ୮୮୦ ଟଙ୍କା। ଭଞ୍ଜନଗର ସରକାରୀ କ୍ୱାଟର ଓ ଭୁବନେଶ୍ୱର ତୁଷ୍ଟି ରେସିଡେନସିଆଲ ଫ୍ଲାଟରୁ ମିଳିଛି ଏହି ନଗଦ ଟଙ୍କା। ଚଢ଼ାଉରେ ସାମିଲ ଥିଲେ ୫ ଡିଏସପି, ୧୧ ଇନିସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ।

nis-ad
Leave A Reply

Your email address will not be published.