ଲିଲି ସାହୁ ଖଲ୍ଲିକୋଟ ଏନଏସି ଉପ-ନଗରପାଳ ଭାବେ ନିର୍ବାଚିତ

ଖଲ୍ଲିକୋଟ ( ୭/୬) : ପୂର୍ବ ନିର୍ଧାରିତ ସୂଚୀ ଅନୁଯାୟୀ ଖଲ୍ଲିକୋଟ ଏନଏସି ର ଉପ-ନଗରପାଳ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ କାଉନ୍ସିଲ୍ର ଶ୍ରୀମତୀ ଲିଲି ସାହୁ ଅପ୍ରତିଦ୍ଵନ୍ଦୀ ଉପ – ନଗରପାଳ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ତହସିଲଦାର ରାଜେଶ କୁମାର ପଟନାୟକ ଘୋଷଣା କରିଥିଲେ l ନିର୍ବାଚନ ପରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ,ନଗରପାଳ ଇଂ .ନିରଞ୍ଜନ ବେହେରା ,ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା ,ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ ଓ ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ପାତ୍ର ଓ ସମସ୍ତ କାଉନ୍ସିଲ୍ର ଉପସ୍ଥିତ ଥିଲେ l ନବ ନିର୍ବାଚିତ ଉପାଧ୍ୟକ୍ଷା ଶ୍ରୀମତୀ ସାହୁ ତାଙ୍କ ବିଜୟ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଖଲ୍ଲିକୋଟ ରାଣିସାହେବ| ଭି .ସୁଜ୍ଞାନୀ କୁମାରୀ ଦେଓ ଓ ସ୍ଥାନୀୟ ବିଧାୟିକା ଶ୍ରୀମତୀ ବୈଦ୍ୟ ଙ୍କ କୃତଜ୍ଞତା ଜଣାଇଥିଲେ l

nis-ad
Leave A Reply

Your email address will not be published.