ଫୁଲବାଣୀ ମୁନିସିପାଲିଟି ଉପାଧ୍ୟକ୍ଷା ହେଲେ ପାୟଲ ବେହେରା…

ଫୁଲବାଣୀ : ଫୁଲବାଣୀ ପୌର ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ସବୁ ପ୍ରତିକ୍ଷାର ଅନ୍ତ ଘଟିଛି ।ଫୁଲବାଣୀ ମୁନିସପାଲଟିର ଉପାଧକ୍ଷା ଭାବେ ମହିଳା ବିଜେଡି ନେତ୍ରୀ ପାୟଲ ବେହେରା ଉପାଧ୍ୟକ୍ଷ। ପଦବୀ ହାତେଇଛନ୍ତି । ସମସ୍ତ କାଉନ ସିଲରମାନଙ୍କ ସମର୍ଥନ ମଧ୍ଯ ପାୟଲଙ୍କ ପ୍ରତି ରହିଥିଲା, ଏଥି ସହ ଦୁଇ ଜଣ ସ୍ବାଧୀନ କାଉନସିଲର ମଧ୍ଯ ପାୟଲ ଙ୍କୁ ସମର୍ଥନ ଦେଇଥିଲେ । ବିଜୟୀ ହେବାପରେ ସହରର ଜନସାଧାରଣଙ୍କ ସାମୁହିକ ବିକାଶସଙ୍ଗେ ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ମୋର ପ୍ରଥମ କାର୍ଯ୍ୟ ହେବ ବୋଲି ନବନିର୍ବାଚିତ ଉପାଧ୍ୟକ୍ଷ ।ପାୟଲ ବେହେରା କହିଛନ୍ତି। ପାୟଲ ଦଳର ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ତଥା ପ୍ରଭାରୀ ପ୍ରତାପ ଜେନା, ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ଅଙ୍ଗଦ କହଁର,ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ସମସ୍ତ ଦଳିୟ ନେତା ଓ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିର୍ବାଚନ ସମୟରେ ଫୁଲବାଣୀରେ ନଗର ଉନ୍ନ ୟନ୍ନ ତଥା ପଞ୍ଚାୟତରାଜ ମନ୍ତ୍ରୀ ତଥା କନ୍ଧମାଳ ପ୍ରଭାରୀ ପ୍ରତାପ ଜେନା ଉପସ୍ଥିତ ଥିଲେ । ବିଜେପି ପ୍ରାର୍ଥୀ ରମେଶ ମହାନ୍ତି ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ ।

nis-ad
Leave A Reply

Your email address will not be published.