ରାଜ୍ୟ ସ୍ତରୀୟ ଶହୀଦ ରଘୁ ଓ ଦିବାକର ବଳିଦାନ ଦିବସ ପାଳନ…

ରାଜସୁନାଖଳା/ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ଶହୀଦ ରଘୁ ଓ ଦିବାକର ବଳିଦାନ ଦିବସ ପାଳନ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସଦ ପ୍ରତିନିଧି ତଥା ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବି ଗିରିଜାକାନ୍ତ ମହାପାତ୍ର , ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କିଶୋର କୁମାର ରାଉତରାୟ, ରାଜସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ନରେନ୍ଦ୍ରପୁର ସରପଞ୍ଚ ତ୍ରିନାଥ ରାଉତ, ରାଜସୁନାଖଳାର ମହାବୀର ବରିଷ୍ଠ ନାଗରିକ ସଂଘ ଉପଦେଷ୍ଟା ଦୁର୍ଗା ଚରଣ ଦାଶ ,ଯୁବ ସମାଜସେବୀ ସୁରେଶ ସ୍ୱାଇଁ,ସମ୍ମାନିତ ବକ୍ତା ଗୌରଙ୍ଗପୁର ସରପଞ୍ଚ ପ୍ରଭାତ ପ୍ରଧାନ, ବୃନ୍ଦାବନପୁର ସମିତିସଭ୍ୟା ପୁଷ୍ପାଞ୍ଜଳି ମିଶ୍ର, ଚମ୍ପାଗଡ଼ ସରପଞ୍ଚ ପିୟୁଷ ରଞ୍ଜନ ପରିଡା ପ୍ରମୁଖ ଯୋଗ ଦେଇଥିଲେ l ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ନୟାଗଡ଼ ଜିଲ୍ଲା ଉପଦେଷ୍ଟା ଦୁର୍ଗା ଚରଣ ଦାଶ ସଭାକାର୍ଯ୍ୟକୁ ପରିଚାଳନା କରିବା ସହ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଂଯୋଜନା କରିଥିଲେ l ଶହୀଦ ରଘୁନାଥ ମାହାନ୍ତି ଓ ଦିବାକର ପରିଡା ଜୀବନର ପୂର୍ଣଗାଥା ଓ ବଳିଦାନ ଓ ନୂତନ ଓଡିଶା ଗଠନରେ ଶହୀଦ ମାନଙ୍କର ଭୂମିକା ସମ୍ପର୍କରେ ଫାଉଣ୍ଡେସନର ରଣପୁର ବ୍ଲକ ସଂଯୋଜକ ସଂଗ୍ରାମ କେଶରୀ ମାର୍ଥା ଆଲୋଚନା କରିଥିଲେ l ଏହି ଉତ୍କଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି l ଏହି ଫାଉଣ୍ଡେସନ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି l ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ଏଥିରେ ନବନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରାଯିବା ସହ ପ୍ରତାପ ମାନସିଂହ,ଗଣେଷ ନାୟକ, ପ୍ରଭାତ ସାହୁ,କୃଷ୍ଣ ଚନ୍ଦ୍ର ମିଶ୍ର,ପ୍ରଶନ୍ନ ସ୍ୱାଇଁ, ସୁକାନ୍ତ ପଟ୍ଟନାୟକ,କୃଷ୍ଣ ଚନ୍ଦ୍ର ଦାଶ,ରମେଶ ଚନ୍ଦ୍ର ପ୍ରଧାନ, ରଘୁନାଥ ନାୟକ,ସୁଶୀଲ କୁମାର ରଣା,ରାକେଶ ପାଢ଼ୀ,ଅସିତ ରଞ୍ଜନ ପରିଡା, ସଦାଶିବ ପାଣ୍ଡି,ସୁଶାନ୍ତ ଡାକୁଆ,ସନ୍ତୋଷ ପ୍ରଧାନ,ତ୍ରିନାଥ ରାଉତ,ସୁରେଶ ପଟ୍ଟନାୟକ,ରତ୍ନାକର ରାଉତ,ସାମାଜିକ କର୍ମୀ , ସାମ୍ବାଦିକ, ପୋଲିସ, ସରପଞ୍ଚ,ସମିତିସଭ୍ୟ/ସଭ୍ୟା,କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡିଶାର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.