ମା’ ଉପରେ ଇଟା ଲଦିଦେଲେ ପୁଅବୋହୂ

ଯାଜପୁର: ଜଣେ ମାଆ ନିଜେ ଯନ୍ତ୍ରଣା ସହି ଛୁଆଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିଥାଏ । କିନ୍ତୁ ଯେତେବେଳେ ପୁଅ ସେହି ବେଦନାକୁ ବୁଝି ନପାରେ ସେତେବେଳେ ପୁଅ ଜନ୍ମ କରିବା ବ୍ୟର୍ଥ ହୋଇଥାଏ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଦତ୍ତପୁର ଗାଁରେ । ସମ୍ପତ୍ତି ପାଇବା ପାଇଁ ଜନ୍ମ କଲା ମାଆକୁ ପର କରିଦେଇ ଇଟା ଲଦିଦେଲେ ପୁଅବୋହୂ ।ସମ୍ପର୍କକୁ ତୁଚ୍ଛ କରିଦେଲା ସମ୍ପତ୍ତି, ମା’ ଉପରେ ଇଟା ଲଦିଦେଲେ ପୁଅବୋହୂ

ସୂଚନାଅନୁସାରେ, ଗ୍ରାମର ମଖି ବେହେରାଙ୍କ ୪ ପୁଅ ଓ ବୋହୂ । ସ୍ୱାମୀ ଆରପାରିକୁ ଚାଲିଯିବା ପରେ କୌଣସି ପୁଅ ଓ ବୋହୂଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ନପାଇ ବାଧ୍ୟ ହୋଇ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି ମଖି । ମଝିଆଁ ପୁଅ ରଘୁନାଥ ବେହେରା ଓରଫ୍ ଚଗୁଲୁ ଏବଂ ବୋହୂ ମଧୁସ୍ମିତା ବେହେରା ମାଆ ମଖିଙ୍କ ନିକଟରେ ପୈତୃକ ସମ୍ପତ୍ତି ନେଇ କିଛି ଦାବି ରଖିଥିଲେ । ମାତ୍ର ପୁଅ ରଘୁନାଥର ଏହି ଦାବିକୁ ମଖି ଅଗ୍ରାହ୍ୟ କରିବାରୁ ଅସହ୍ୟ ଯନ୍ତ୍ରଣା ଦେଇଛନ୍ତି ପୁଅ ବୋହୂ ।

ପୁଅ ବୋହୂ ମିଳିମିଶି ମଖିଙ୍କୁ ମାଡ଼ ମାରିବା ସହିତ ଘର ନିର୍ମାଣ ପାଇଁ ଥିବା ଶତାଧିକ ଇଟାକୁ ମଖିଙ୍କ ଉପରେ ଲଦି ଚାଲିଥିଲେ । ଶାଶୁ ଯନ୍ତ୍ରଣା ସହି ନ ପାରି ବିକଳରେ ଖୁବ୍ ଜୋରରେ କାନ୍ଦୁଥିବାର ଦେଖିବାକୁ ମିଳିଛି । ସାନ ବୋହୂ ଓ କିଛି ପଡୋଶୀ ଘଟଣାରେ ହସ୍ତକ୍ଷେପ ପରେ ମଖିଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ପରେ ଏ ସମ୍ପର୍କରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମଖିଙ୍କ ଅଭିଯୋଗକୁ ଆଧାରକରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଚଳାଇଛି ।

nis-ad
Leave A Reply

Your email address will not be published.