ପୁଣି ଆତଙ୍କବାଦୀ ଆକ୍ରମଣ: ଜଣେ  ସିଆରପିଏଫ ଯବାନ ସହିଦ

ଶ୍ରୀନଗର : ପୁଣି ଆକ୍ରମଣ କଲେ ଆତଙ୍କବାଦୀ। ସୋମବାର ଶ୍ରୀନଗରର ଲାଲଚୌକରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଉପରେ ଆକ୍ରମଣ କରିଛିନ୍ତି ଆତଙ୍କବାଦୀ। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ଆହତ ଯବାନଙ୍କୁ ଏସଏମଏଚଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସେମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଏହାପୂର୍ବରୁ ଆଜି ପୁଲୱାମା ଜିଲ୍ଲାରେ ଆତଙ୍କବାଦୀମାନେ ୨ଜଣ ବାହାର ରାଜ୍ୟର ଲୋକଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଏନେଇ ବରିଷ୍ଠ ଅଧିକାରୀ କହିଛନ୍ତି ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟବାହର ଲୋକଙ୍କୁ ଆତଙ୍କବାଦୀଙ୍କ ଏହା ହେଉଛି ଦ୍ୱିତୀୟ ଆକ୍ରମଣ । ପୁଲୱାମାର ଲାଜୁରାରେ ସୋମବାର ଦ୍ୱିପ୍ରହରେ ଆତଙ୍କବାଦୀମାନେ ପଟଲେଶ୍ୱର କୁମାର ଓ ଜାକି ଚୌଧୁରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।
ତେବେ ଗତକାଲି ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରୁ ୪ ଜଣ ଲସ୍କର-ଏ-ତୋଏବା ସହଯୋଗୀଙ୍କୁ ଗିରଫ କରିଥିଲେ। ବାନ୍ଦିପୋରା ପୁଲିସ ଦୁଇଟି ଆତଙ୍କବାଦୀ ଆଡ୍ଡାର ପର୍ଦ୍ଦାଫାଶ କରି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଚାରି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିଲା। ପୁଲିସ କହିଥିଲା ଯେ ଅଭିଯୁକ୍ତମାନେ ଜିଲ୍ଲାରେ ଆତଙ୍କବାଦୀଙ୍କ ପାଇଁ ଲଜିଷ୍ଟିକ୍‌ ଏବଂ ପରିବହନ ସମନ୍ଵୟ ରକ୍ଷା କରୁଥିଲେ।

nis-ad
Leave A Reply

Your email address will not be published.