‘ଖୁବ୍‌ଶୀଘ୍ର କଶ୍ମୀର ପଣ୍ଡିତ ସେମାନଙ୍କ ଘରକୁ ଫେରିବେ : ରାଷ୍ଟ୍ରୀୟ ସଂୟ ସେବକ ସଂଘ ମୁଖ୍ୟ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର କଶ୍ମୀର ପଣ୍ଡିତମାନେ ସେମାନଙ୍କ ଘରକୁ ଫେରିବେ। ରାଷ୍ଟ୍ରୀୟ ସଂୟ ସେବକ ସଂଘ ମୁଖ୍ୟ ମୋହନ ଭାଗବତ୍‌ ଏହା କହିଛନ୍ତି। ସେମାନଙ୍କ ରହିବା ପାଇଁ ସେମିତି ପରିବେଶ ତିଆରି କରାଯାଉଛି। ସେମାନେ ଯେମିତି ଆଉ କାଶ୍ମୀରରୁ ବିତାଡ଼ିତ ନ ହୁଅନ୍ତି ସେମିତି ମାହୋଲର ବ୍ୟବସ୍ଥା କରାଯାଉ ଥିବା ସେ ଜୋର ଦେଇଛନ୍ତି। ଏହି ଅବସରରେ ସେ ‘କାଶ୍ମୀର ଫାଇଲସ୍‌’ ସିନେମାକୁ ପ୍ରଶଂସା କରିଥିଲେ। ଏହି ସିନେମା ଦେଶବ୍ୟାପୀ ସଚେତନତା ସୃଷ୍ଟି କରିପାରିଥିବା ସେ କହିଛନ୍ତି। ୧୯୯୦ ମସିହାରେ ହିନ୍ଦୁ ପଣ୍ଡିତମାନେ ଯେଉଁ ଅକଥନୀୟ ନିର୍ଯତନାର ଶିକାର ହୋଇଥିଲେ ତାହା ଏହି ସିନେମାରେ ନିଖୁଣ ଭାବେ ଦର୍ଶାଯାଇଛି। ଆରଏସଏସ ପକ୍ଷରୁ ୩ ଦିଅନିଆ ‘ନଭରେହ’ ଉତ୍ସବରେ ଆଜି ଥିଲା ଶେଷ ଦିନ। ଏହି ଅନ୍ତିମ ଦିନରେ କଶ୍ମୀର ପଣ୍ଡିତମମାନଙ୍କୁ ଭର୍ଚ୍ଚୁଆଲ ମାଧ୍ୟମରେ ସମ୍ବୋଧନ କରି ଏହା କହିଛନ୍ତି ଭାଗବତ। କଶ୍ମରୀ ପଣ୍ଡିତମାନେ ସେମାନଙ୍କ ଘର ବାହୁଡ଼ା ପାଇଁ ସମୟ ଆସିଛି। କଶ୍ମୀର ଭ୍ୟାଲିକୁ ଫେରିବା ପାଇଁ ଆଉ ବେଶୀ ଦିନ ସମୟ ଲାଗିବ ନାହିଁ। ଖୁବ୍ ଶୀଘ୍ର ଏହା ସତ ହେବାକୁ ଯାଉଛି। ଏଦିଗରେ ସେ ନିଘା ରଖିଥିବା କହିଛନ୍ତି । ଆମ ପୂର୍ବପୁରୁଷ ଏବଂ ମହାନ ନେତାମାନେ ଆମର ଆଦର୍ଶ। ସେମାନେ ଆମ ପାଇଁ ପ୍ରେରଣାର ମାର୍ଗ ପ୍ରସ୍ତୁତ କରିଯାଇଛନ୍ତି ବୋଲି ସେ କହିଛନ୍ତି।
ତାଙ୍କ ଭାଷଣରେ ସେ ଇସ୍ରାଏଏଲ ମାନଙ୍କ ଉଦାହରଣ ଦେଇଥିଲେ। ଇହୁଦୀମାନେ ସେମାନଙ୍କ ଭିଟାମାଟିକୁ ଫେରିବା ପାଇଁ ୧୮୦୦ ବର୍ଷ ଧରି ସଂଘର୍ଷ କରିଥିଲେ। ୧୭୦୦ ବର୍ଷ ଧରି କିଛି ହୋଇ ନଥିଲା। କିନ୍ତୁ ଗତ ୧୦୦ ବର୍ଷ ଭିତରେ ଇସ୍ରାଏଲ ତାର ଲକ୍ଷ୍ୟ ହାସଲ କରିପାରିଛି। ବର୍ତ୍ତମାନ ଏହି ଦେଶ ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଠିଆ ହୋଇପାରିଛି।
ଆମର ଏଠି କଶ୍ମୀର ପଣ୍ଡିତମାନେ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଛନ୍ତି। କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ମଧ୍ୟ ସେମାନଙ୍କୁ ବାହାରେ ରହିବାକୁ ପଡ଼ୁଛି। ଅମେ ସବୁଠି ରହିପାରିବୁ। କିନ୍ତୁ ଆମ ମାତୃଭୂମିକୁ ଆମେ କେବେ ଭୁଲିପାରିବୁ ନାହିଁ ବୋଲି ଭାଗବତ କହିଛନ୍ତି। କାଶ୍ମୀର ଫାଇଲସ୍‌ ସିନେମାରେ କଶ୍ମୀର ପଣ୍ଡିତଙ୍କ ବାସ୍ତ‍ବ କାହାଣୀ ଉତ୍‌ଥାପନ କରାଯାଇଛି। ଧାରା ୩୭୦ ଉଚ୍ଛେଦ ହିଁ କଶ୍ମୀର ପଣ୍ଡିତ ଭ୍ୟାଲିକୁ ଫେରିବା ପାଇଁ ବାଟ ଖୋଲି ଦେଇଛି । ଜଣେ ହିନ୍ଦୁ ଭାବରେ ଅତୀତରେ ବିସ୍ଥାପିତ ହେବାକୁ ପଡ଼ିଥିଲା।
ଭବିଷ୍ୟତରେ ସେପରି କିଛି ସମସ୍ୟା ହେବ ନାହିଁ ବୋଲି ସେ ଦୃଢ଼ତାର ସହ କହିଥିଲେ। ଏଥିପାଇଁ ରହିବା ଉପଯୋଗୀ ବାତାବରଣ ତିଆରି ହେଉଛି। ହିନ୍ଦୁମାନେ ସେଠାରେ ସୁରକ୍ଷିତ ମନେ କରିବେ ଏବଂ ସେମାନେ ନିଜ ପଡ଼ୋଶୀଙ୍କ ଭଳି ଶାନ୍ତିରେ ବଞ୍ଚିପାବେ। ଯଦି କେହି ପୁଣି ଥରେ ଇତିହାସକୁ ଦୋହରାଇବାକୁ ଉଦ୍ୟମ କରେ ତେବେ ତାଙ୍କୁ କେବେ ଛଡ଼ାଯିବନି। ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆପଣମାନେ ସେଠାରେ ମୁସମାନଙ୍କ ସହ ଭଲରେ ଚଳିପାରିବେ। ଆମକୁ ବିଛିନ୍ନତାବାଦୀଙ୍କୁ ହରାଇବାର ଅଛି ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.