ହିଞ୍ଜିଳିକାଟୁ ଟାଈକୋଣ୍ଡୋ ଏକାଡେମୀ ଅଫ ମାରସିଆଲ ଆର୍ଟ :ଛାତ୍ର ଛାତ୍ରୀ ମାନଙ୍କୁ ହଳଦିଆ ରଙ୍ଗ ଵେଲ୍ଟ ପଦୋନ୍ନତି ପ୍ରମାଣପତ୍ର ବିତରଣ ଅନୁଷ୍ଠିତ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଟାଈକୋଣ୍ଡୋ ଏକାଡେମି ତରଫରୁ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ କଳାମନ୍ଦିର ପରିଷରରେ ରଵିବାର ପୂର୍ଵାହ୍ନରେ ଏକାଡେମିର ୭ ଜଣ ଛାତ୍ରଛାତ୍ରୀ ଙ୍କୁ ୟେଲୋ ବେଲ୍ଟ ସହ ପଦୋନ୍ନତି ପ୍ରମାଣପତ୍ର ପ୍ରଦାନ କରାଯାଈଛି । ହିଞ୍ଜିଳିକାଟୁ କଳାମନ୍ଦିର ପରିଷରରେ ହିଞ୍ଜିଳିକାଟୁ ଟାଇକୋଣ୍ଢୋ ଏକାଡେମି ର ମୁଖ୍ୟ ପ୍ରଶିକ୍ଷକ ଅମ୍ବିକା ପ୍ରସାଦ ଦାଶ ଛାତ୍ରଛାତ୍ରୀ ମାନଙ୍କୁ ପଦୋନ୍ନତି ପ୍ରମାଣପତ୍ର ସହ ୟେଲୋଵେଲ୍ଟ ପ୍ରଦାନକରିଛନ୍ତି ।ହିଞ୍ଜିଳିକାଟୁ ଟାଈକୋଣ୍ଡୋ ଏକାଡେମୀ ର ଛାତ୍ରୀ ରିଧିକା ସାହୁ ,ଜି ଗିତାଞ୍ଜଳି,ଛାତ୍ର ଅଶୁଂମାନ ପଣ୍ଡା,ଆଶୁତୋଷ ପଣ୍ଡା,ଧିରଜ ପାଣିଗ୍ରାହୀ,ଜି ଦିଲ୍ଲିପ କୁମାର, ଓ ଆଦର୍ଶ ସାହୁ ପ୍ରମୁଖ ୭ ଜଣ ଛାତ୍ରଛାତ୍ରୀ ପଦୋନ୍ନତି ପାଇଥିଲେ ।ଗତ ୬ଫେଵ୍ରୁଆରି ମାସରେ ଗଞ୍ଜାମଜିଲ୍ଲା ଟାଇକୋଣ୍ଡୋ ଏକାଡେମୀ ଏସୋସିଏସନ ତରଫରୁ ରବିବାର ପୂର୍ବାହ୍ନ ୮ ଘଣ୍ଟା ସମୟରେ ଛତ୍ରପୁର ଲକ୍ଷ୍ମଣ ଭବନ ପରିସରରେ ୨୫ ତମ ରଙ୍ଗ ବେଲ୍ଟ ପଦୋନ୍ନତି ପରୀକ୍ଷା ରେ ହିଞ୍ଜିଳିକାଟୁ ର ୭ ଜଣ ଛାତ୍ରଛାତ୍ରୀ ହଳଦିଆ ଓ ନୀଳ ଵେଲ୍ଟ ପଦୋନ୍ନତି ପରୀକ୍ଷା ରେ ଭାଗନେଇଥିଲେ। ବାଳିକା ଓ ବାଳକ ମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେଇ ଜାତୀୟ ସ୍ତର ପୁରସ୍କାର ହାସଲ କରିଛନ୍ତି ବ୍ରହ୍ମପୁର ଓ ହିଞ୍ଜିଳିକାଟୁ ଠାରେ ଥିବା ” ଜଗୁଆର ଏକାଡେମୀ ଅଫ ମାର୍ସୀଆଲ ଆର୍ଟ “ର ମୁଖ୍ୟ ତଥା ପ୍ରଶିକ୍ଷକ ଶ୍ରୀ ଅମ୍ବିକା ପ୍ରସାଦ ଦାଶ। ଶ୍ରୀ ଦାଶ ” ମିଶନ ଲକ୍ଷ୍ୟ ” ନାମରେ ସମ୍ପୂର୍ଣ୍ଣ ମାଗଣା ଆତ୍ମରକ୍ଷା ତାଲିମ ଅଭିଯାନ କରି ଓଡିଶାରେ ଏକ ବର୍ଷ ମଧ୍ୟରେ ୧୨ ଶହ ବାଳିକାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ।

nis-ad
Leave A Reply

Your email address will not be published.