ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଲା ପିକଅପ ଭ୍ୟାନ, ୭ ମୃତ

ତିରୁପାଥୁର: ତାମିଲନାଡୁର ତିରୁପାଥୁରରେ ଆଜି ଭୟଙ୍କ ଦୁର୍ଘଟଣା ଘଟିଛି। ଗୋଟିଏ ପିକଅପ ଭ୍ୟାନ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଖାଇକୁ ଖସି ପଡ଼ିବାରୁ ୭ ଜଣଙ୍କ ଜୀବନ ଯାଇଛି। ସେହିପରି ଏହି ଘଟଣାରେ ଆଉ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଖବର ମିଳିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ପିକ୍‌ ଅପ ଭ୍ୟାନରେ ମୋଟ ୨୬ ଜଣ ଲୋକ ରହିଥିଲେ। ଏମାନେ ସମସ୍ତେ ତିରୁପାଥୁର ଜିଲ୍ଲାର ସେମବରାଇ ଗାଁରେ ଥିବା ମନ୍ଦିରକୁ ଯାଉଥିଲେ। ତେବେ ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଡ୍ରାଇଭର ଜଣଙ୍କ ଭ୍ୟାନ ଉପରୁ ନିୟନ୍ତ୍ରଣ ହରାଇଥିଲେ।
ଫଳରେ ଏହା ଗୋଟିଏ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ନିକଟସ୍ଥ ଖାଇକୁ ଖସି ପଡ଼ିଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ୭ ଜଣଙ୍କ ମୃତ୍ୟୁ ଘଟି ସାରିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୪ ଜଣ ଅତ୍ୟନ୍ତ ସଙ୍କଟାପନ୍ନ ରହିଛନ୍ତି। ପୁଲିସ୍‌ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅନ୍ୟଏକ ରିପୋର୍ଟରେ ଦାବି କରାଯାଇଛି ଯେ ପିକଅପ ଭ୍ୟାନରେ ଡ୍ରାଇଭ ଘୁମାଇ ପଡ଼ିବାରୁ ଭାରସାମ୍ୟ ହରାଇ ଗାଡ଼ିଟିକୁ ବିଦ୍ୟୁତ ଖୁଣ୍ଟରେ ପିଟି ଦେଇଥିଲେ। ଫଳରେ ଏତେ ବଡ଼ ଅଘଟଣ ଘଟିଛି। କିନ୍ତୁ ପୁଲିସ୍‌ ଏ ସମ୍ପର୍କରେ କିଛି ବି କହିନି।

nis-ad
Leave A Reply

Your email address will not be published.