ଲଙ୍କା ଗୁଣ୍ଡ ଫିଙ୍ଗି ୨୦ ହଜାର ଟଙ୍କା ,ସୁନା ଚେନ ଓ ମୋବାଇଲ ଲୁଟ : ଗୋଡ ,ହାତ ହାଣି ଦେଲେ ,ଥିଲା ରାଜନୈତିକ ଶତ୍ରୁତା…

ଖଲ୍ଲିକୋଟ ; ଗତ ପଂଚାୟତ ନିର୍ବାଚନ ରେ ଉପୁଜିଥିବା ରାଜନୈତିକ ଶତ୍ରୁତା କାରଣରୁ ଶନିବାର ଦିନ ୧୦ .୩୦ ମିନଟ ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ମାଛ ମାର୍କେଟ ଠାରେ ଏକ ବାଇକ ଆରୋହୀ ଙ୍କ ଆଖି ରେ ଲଙ୍କା ଗୁଣ୍ଡ ଫିଙ୍ଗି ନଗଦ ୨0 ହଜାର ଟଙ୍କା ଓ ସୁନା ଚେନ ଓ ଏକ ମୋବାଇଲ ଲୁଟି ନେବା ସହ ଧାରୁଆ ଅସ୍ତ୍ର ରେ ଗୋଡ଼ , ହାତ କାଟି ମରିଯିବା ସଂଦେହ ରେ ଦୁବୃତ୍ତ ମାନେ ଘଟଣାସ୍ଥଳ ଚମ୍ପଟ ମାରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ କବିସୂର୍ଯ୍ୟନଗର ଥାନା ଆଠଗଡ ପାଟଣା ଗ୍ରାମର ଆଶିଷ କୁମାର ନାୟକ ଓ ପରେଶ କୁମାର ସେଠି ଏକ ବାଇକ ଯୋଗେ ଭୁବନେଶ୍ୱର ଠାରୁ ନିଜ ଗ୍ରାମ ଆଠଗଡ ଅଭିମୁଖେ ଜାତ୍ରା କରୁଥିବା ବେଳେ ବାଲୁଗାଁ ଠାରୁ କଙ୍କଡା କିଣିଥିଲେ l ସେଠାରୁ ଉକ୍ତ ଦୁଇଜଣକୁ ସେହି ଆଠଗଡ ଗ୍ରାମର ୪ ଜଣ ଯୁବକ ଦୁଇଟି ବାଇକ ରେ ପିଛା କରି ଠିକ ଲଙ୍ଗଳେଶ୍ବର ମାଛ ମାର୍କେଟ ଠାରେ ଉକ୍ତ ଦୁଇଜଣ ବାଇକ ଆରୋହୀଙ୍କ ଗାଡି ଆଗକୁ ଆସି ମରିଚ ଗୁଣ୍ଡା ଫିଙ୍ଗି ଦେଇଥିଲେ l ଫଳରେ ଆଶିଷ ଓ ତାର ସହଯୋଗୀ ପରେଶ ଗାଡି ପଡିଯାଇଥିଲେ ଓ ଆଖି ପୋଛି ପୋଛି ବିଲ ମାଲ ରେ ଧାଉଁଥିବା ବେଳେ ଉକ୍ତ ଚାରିଜଣ ଯୁବକ ଆଶିଷ ର ଡାହାଣ ଗୋଡ ହାତ କୁ ଧାରୁଆ ଅସ୍ତ୍ର ରେ କାଟିବା ସହ ଛାତି ଉପରେ ବସି ଗଲା କାଟିବା ପାଇଁ ଉଦ୍ୟମ କରୁଥିବା ବେଳେ ହଠାତ ସ୍ଥାନୀୟ ଲୋକ ମାନେ ଗହଳି କରିବା ଫଳରେ ଦୁର୍ବୁତ୍ତ ମାନେ ନଗଦ ୨୦ ହଜାର ଟଙ୍କା ,suna ଚେନ ଓ ମୋବାଇଲ ଲୁଟି ନେଇ ଘଟଣା ସ୍ଥଳ ରୁ ଚମ୍ପଟ ମାରିଥିଲେ l ତେବେ ପୋଲିସ ଘଟଣା ସ୍ତଲରୁ ଆହତଙ୍କୁ ନିଜ ଗାଡ଼ିରେ ରକ୍ତ ଜୁଡୁବୁଡୁ ଅବସ୍ଥା ଉଧାର କରି ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛା ପାଇଁ ଭର୍ତି କରିଥିଲା l ଚେତା ଫେରିବା ପରେ ଆଶିଷ ମେଡିକାଲରେ ଗଣମାଧ୍ୟମ କୁ ବୟାନ ଦେଇ ଗତ ପଂଚାୟତ ନିର୍ବାଚନ ରେ ରାଜନୈତିକ ଶତ୍ରୁତା କାରଣରୁ ଉକ୍ତ ଚାରିଜଣ ଦୁର୍ବୁତ୍ତ ତାଙ୍କ ନିଜ ଗ୍ରାମ ଆଠଗଡ ର ମଣ୍ଟୁ ପ୍ରଧାନ ,kuna ପାଇକରାୟ ,ajit ନାୟକ ଓ ପପୁ ଖାନ ପ୍ରମୁଖ ତାଙ୍କ ପିଛା କରି ତାଙ୍କ ଶରୀର ର ବିଭିନ୍ନ ଅଙ୍ଗ କୁ ହାଣିଥିବା ପ୍ରକାଶ କରିଥିଲେ l ତେବେ ଗୁରୁତର ଆଶିଷ ବ୍ରମହାପୁର ବଡମେଡିକାଲ କୁ ପଠାଯାଇଥିବା ବେଳେ ସହଯୋଗୀ ବାଇକ ଆରୋହୀ ଆକ୍ରମଣ ରୁ ବର୍ତି ଯାଇଥିବା ଜଣାପଡିଛି l

nis-ad
Leave A Reply

Your email address will not be published.