ଓଡ଼ିଶା ରାଜପଥ ସମ୍ପ୍ରସାରଣ ନିମନ୍ତେ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଓଡ଼ିଶା ଦେଇ ଯାଇଥିବା ୨୦ ନମ୍ବର ଏବଂ ୩୨୬ ନମ୍ବର ରାଜପଥର ସମ୍ପ୍ରସାରଣ ଏବଂ ସୁଦୃଢ଼ିକରଣ ନିମନ୍ତେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କରିଥିବା କଥା ଆଜି କେତେଗୁଡ଼ିଏ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଓଡ଼ିଶା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର କୁଆଖିଆ-ମଙ୍ଗଳପୁର ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ନିମନ୍ତେ ୬୩୬.୧୦ କୋଟି ଟଙ୍କାର ବଜେଟ୍‌ ମଞ୍ଜୁର କରାଯାଇଛି ବୋଲି ସେ ଟୁଇଟ୍‌ କରି ଲେଖିଛନ୍ତି।

ଏହି ଅର୍ଥରେ ଉପରୋକ୍ତ ରାସ୍ତାକୁ ୪ ଲେନ୍‌/୨ ଲେନ୍‌ରେ (ପେଣ୍ଡ୍‌ ସୋଲଡର୍‌ ଓ ଜମି ଅଧିଗ୍ରହଣ ସମେତ ) ସମ୍ପ୍ରସାରଣ ଓ ସୁଦୃଢ଼ିକରଣ କାର୍ଯ୍ୟରେ ବିନିଯୋଗ କରାଯିବ।ସେହିପରି, ଓଡ଼ିଶା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ଧଉଗାଁରୁ ପୋଦମାରୀ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଓ ଜମି ଅଧିଗ୍ରହଣ ନିମନ୍ତେ ୧୮୬.୫୨ ‌କୋଟି ଟଙ୍କାର ବଜେଟ୍‌ ମଞ୍ଜୁର କରାଯାଇଛି ବୋଲି ଅନ୍ୟ ଏକ ଟୁଇଟ୍‌ରେ କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି। ଏହି ଅର୍ଥ ଉପରୋକ୍ତ ରାଜପଥର ପେଣ୍ଡ୍‌ ସୋଲଡର୍‌ ସମେତ ୨ ଲେନ୍‌ କରାଯିବା କାର୍ଯ୍ୟରେ ବ୍ୟୟ କରାଯିବ।ଏହା ବ୍ୟତିରେକେ, ଉତ୍ତରାଖଣ୍ଡ ରାଜ୍ୟ ଦେଇ ଯାଇଥିବା ୩୦୯(ଏ) ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଗେଶ୍ବରରୁ କଙ୍ଗାଚିନା ପର୍ଯ୍ୟନ୍ତ ରାସ୍ତାକୁ ୨ ଲେନ୍‌ କରାଯିବା ଏବଂ ସେଥିନିମନ୍ତେ ଥଇଥାନ ଓ ଉନ୍ନୟନ ନିମନ୍ତେ ୪୭୨.୨୩ କୋଟି ଟଙ୍କାର ବଜେଟ୍‌ ମଞ୍ଜୁର କରାଯାଇଛି।

nis-ad
Leave A Reply

Your email address will not be published.