ଭୁବନେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍

ଭୁବନେଶ୍ୱର: ରାଜ୍ୟରେ ଜଳେଶ୍ୱର ପରେ ପରେ ଏବେ ବ୍ରାଉନସୁଗାର ହବ୍ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର । ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଧଳାଜହର କାରବାର କରାଯାଉଥିଲେ ବି ଡ୍ରଗ୍ସ ପେଡଲର ମାନଙ୍କୁ ଧରିବା ପାଇଁ ଅସମର୍ଥ ହୋଇ ପଡିଛି ରାଜ୍ୟ ପୋଲିସ୍ । ସମାନ ଭାବରେ ଆଜି ପୁଣି ଭୁବନେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍ କରିଛି ଅବକାରୀ ବିଭାଗ ।

ସୂଚନା ଅନୂସାରେ ଆଜି ଜଗତସିଂହପୁରରୁ ଏହି ବ୍ରାଉନସୁଗାର ଭୁବନେଶ୍ୱର ଆସୁଥିବା ବେଳେ ଖବର ପାଇ ଅବକାରୀ ବିଭାଗ ଦ୍ୱରା ଚଢାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଛି ।

ତେବେ ଚଢାଉ ସମୟରେ ପ୍ରାୟ ୩୦୦ଗ୍ରାମ୍ ଧଳାଜହର ଜବତ୍ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏହାର ଆନୂମାନିକ ବଜାର ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.