ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ୨ ଶିକ୍ଷକ ଚାକିରିରୁ ବିଦା

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଦୁଇ ଶିକ୍ଷକଙ୍କୁ ଚାକିରିରୁ ଅବ୍ୟାହତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ମହୁଲପଙ୍ଖା ବିଦ୍ୟାଳୟର ସୌରଭମୟ ଆଚାର୍ଯ୍ୟ ଏବଂ ନାଟୋ ପଞ୍ଚାୟତ ହଳଦିଆସାହି ବିଦ୍ୟାଳୟର ମାନଶ୍ରୀ ନାଏକଙ୍କୁ ଚାକିରୀରୁ ବାହାର କରାଯାଇଛି ।

୨୦୧୮ ମସିହାରୁ ଉୟଭ ଜାଲ ବିଇଡି ସାର୍ଟିଫିକେଟ ଦେଇ ଜୁନିୟର ଟିଚର ଭାବେ ଚାକିରୀ କରୁଥିଲେ । ଶିକ୍ଷା ବିଭାଗର ତଦନ୍ତ ପରେ ଜିଲ୍ଲା ଶିକ୍ଷାଧିକାରୀ ଉଭୟଙ୍କୁ ଚାକିରୀରୁ ବିଦା କରିଛନ୍ତି ।

nis-ad
Leave A Reply

Your email address will not be published.