ଗୋଡ଼-ହାତ ବାନ୍ଧି ନେଇଗଲେ ୨୫ ଭରି ଅଳଙ୍କାର ଓ ନଗଦ ଟଙ୍କା

ରାୟଗଡ଼ା ୦୨।୦୪ : ବଡ଼ଧରଣର ଡକାୟତି । ରାୟଗଡ଼ା ସହରର ସାଇପ୍ରିୟା ନଗରରେ ହୋଇଛି ଏହି ବଡ଼ଧରଣର ଲୁଟ୍‌ ହୋଇଛି । ୨୫ ଭରିର ସୁନା ଅଳଙ୍କାର ସମେତ ରୁପା ଅଳଙ୍କାର, ୩୦ ହଜାର ଟଙ୍କା, ୪ଟି ମୋବାଇଲ୍‌ ଫୋନ୍‌ ଲୁଟି ନେଲେ ଲୁଟେରା । ଖବର ଅନୁଯାୟୀ, ସାଇପ୍ରିୟା ନଗରର ଏମ୍‌. ଭେଙ୍କେଟ ରାବନା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍‌ ହୋଇଛି ।

ଶୁକ୍ରବାର ରାତିରେ ୧୦ ଜଣ ଡକାୟତ ଘରେ ପଶି ଝରକା ଭାଙ୍ଗି ଗୃହ ମାଲିକଙ୍କ ସମେତ ପରିବାର ସଦସ୍ୟଙ୍କ ଗୋଡ଼ ଓ ହାତ ବାନ୍ଧି ଲୁଟ କରିଛନ୍ତି । ମାରଣାସ୍ତ୍ର ଦେଖାଇ ୮ ଜଣ ଘର ଭିତରେ ଡକାୟତି କରିଥିବା ବେଳେ ଘର ବାହାରେ ୨ ଜଣ ବାହାରେ ଜଗିଥିଲେ। ଲୁଟ୍‌ ସଂପର୍କରେ ଖବର ପାଇ ରାୟଗଡା ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.