ପୋଲିସ ପ୍ରତିଷ୍ଠା ଦିବସ ତଥା ଉତ୍କଳ ଦିବସରେ ପୋଲିସ ଇନ୍ସପେକ୍ଟରଙ୍କୁ ସମ୍ବର୍ଦ୍ଧନା ସାଙ୍ଗକୁ ଡିସ୍କ ପ୍ରଦାନ

ଖଲ୍ଲିକୋଟ : ଗଂଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ବାସିନ୍ଦା ଶ୍ରୀଯୁକ୍ତ ସନ୍ତୋଷ କୁମାର ଗୈାଡ ସମ୍ପ୍ରତି ରାଜ୍ୟ ଅପରାଧ ନଥି ସଂସ୍ଥା (ଏସ୍.ସି.ଆର୍.ବି.), ଭୁବନେଶ୍ୱର ଠାରେ ପୋଲିସ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଆସୁଛନ୍ତି । ତାହାଙ୍କ ଉତ୍କୃଷ୍ଟ ସେବା, ସମୟାନୁବର୍ତ୍ତିତା, କର୍ତ୍ତବ୍ୟପରାୟଣତା, ଆଦର୍ଶନୀୟତା ତଥା ପୋଲିସ ବିଭାଗ ପ୍ରତି ଉତ୍ସର୍ଗୀକୃତ ସେବା ସକାଶେ ଚଳିତ ବର୍ଷ ୨୦୨୧-୨୨ ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ୮୭ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ତଥା ପବିତ୍ର ଉତ୍କଳ ଦିବସରେ ପ୍ରଶଂସା ପତ୍ର ସହିତ ସମ୍ମାନ ଜନକ ଡିସ୍କ ପ୍ରଦାନ କରିଅଛନ୍ତି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ନିଃସ୍ଵାର୍ଥପର ବ୍ୟକ୍ତି ଭାବେ ସ୍ଵତନ୍ତ୍ର
ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଶ୍ରୀଯୁକ୍ତ ଗୈାଡ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଲେଖାଲେଖି କରିଆସୁଛନ୍ତି । ତାହାଙ୍କ ଏପ୍ରକାର ସଫଳତାକୁ ନେଇ ସମଗ୍ର ଅଞ୍ଚଳବାସୀ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ପ୍ରଶଂସାର ସୁଅ ଛୁଟିଛି ।

nis-ad
Leave A Reply

Your email address will not be published.