ପୂର୍ଣ୍ଣାଙ୍ଗ ଉତ୍କଳଗଠନ ଖଲ୍ଲିକୋଟରୁ ବୀଜ ବପନ ହୋଇଥିଲା


ଖଲ୍ଲିକୋଟ (୧/୪) : ଯେତେବେଳେ ଓଡିଶା ଖଣ୍ଡ ବିଖଣ୍ଡିତ ହୋଇ ଓଡ଼ିଆ ଭାଷା ବୁଡି ଯିବାକୁ ବସିଥିଲା ସେହି ସମୟରେ ଖଲ୍ଲିକୋଟ ରାଜ ପରିବାର ବିଖଣ୍ଡିତ ଓଡିଶା କୁ ଏକତ୍ରୀକରଣ କରିବା ପାଇଁ ଦୀର୍ଘ ବର୍ଷ ଧରି ଇଂରେଜ ସରକାର ସହ ଲଢେଇ କରି ପୂର୍ଣ୍ଣାଙ୍ଗ ଓଡିଶା ପାଇଁ ଅହରହ ଉଦ୍ୟମ କରିଥିଲେ | ତେବେ ଓଡ଼ିଆ ଆନ୍ଦୋଳନ ଇତିହାସ ରେ ଖଲ୍ଲିକୋଟ ରାଜ ପରିବାର ର ନିଷ୍ଠାପର ତ୍ୟାଗ ଲୁଚାଇ ରଖିବା ପାଇଁ ଉଦ୍ୟମ ଚାଲିଛି ବୋଲି ମରଦରାଜ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ଉତ୍କଳ ଦିବସ ପାଳନ ଅବସରରେ ଆମନ୍ତ୍ରିତ ଅତିଥି ମାନେ କ୍ଷୋଭ ପ୍ରକାଶ କରିଥିଲେ | ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ର ଓଡ଼ିଆ ବିଭାଗ ମୁଖ୍ୟ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଦକ୍ଷିଣ ଓଡିଶା ର ଇତିହାସ କୁ ଲୁଚାଇ ଏକ ନିର୍ଦିଷ୍ଟ ବର୍ଗ ଏହାର ପରିଚିତି ଧ୍ୱଂସ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି | ତେଣୁ ଏହାକୁ ସବୁ ସ୍ତରରେ ପ୍ରତିବାଦ କରିବାର ଆବଶ୍ୟକତା ରହିଛି ଏବଂ ଖଲ୍ଲିକୋଟ ଇତିହାସ କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପରିଚିତ କରିବା ପାଇଁ ଖଲ୍ଲିକୋଟ ର ବୁଦ୍ଧିଜୀବୀ ମାନେ ସ୍ୱର ଉତ୍ତୋଳନ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ଼. ହୃଷିକେଶ ପଣ୍ଡା ଖଲ୍ଲିକୋଟ ର ଗ|ରିମାମୟ ଇତିହାସ ଓ ପୁଣ୍ୟ ଶ୍ଳୋକ ରାଜା ହରିହର ଓ ରାମ ଚନ୍ଦ୍ର ସମଗ୍ର ଓଡିଶା ର ମହା ମୁନିସୀ ମାନଙ୍କୁ ଏକତ୍ରିତ କରି ଓଡିଶା କୁ ଭାଷା ଭିତ୍ତିକ ରାଜ୍ୟ ରେ ପରିଣତ କରିଥିବାରୁ ଓଡ଼ିଆ ମାଟି ତାଙ୍କ ପାଇଁ ଗୌରବାନ୍ୱିତ ମରଦରାଜ ସାଂସ୍କୃତିକ ପରିଷଦ ର ସମ୍ପାଦକ ସୁଧାଂଶୁ ଶେଖର ସାହୁ ତାଙ୍କ ବକ୍ତବ୍ୟ ରେ ଖଲ୍ଲିକୋଟ ମରଦରାଜ ପରିବାର କରିଥିବା କାଳଜୟୀ କୀର୍ତି ଟାଉନ ହଲ ଓ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଓ ମହିଳା ହଷ୍ଟେଲ ର ନାମ ପରିବର୍ତନ କରି ରାଜପରିବାର ର ଐତିହ୍ୟ କୁ ଭୁଲୁଣ୍ଠିତ କରାଯାଉଥିବା ଅଭିଯୋଗ କରିଥିଲେ ଏବଂ ତୁରନ୍ତ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ପରିସର ରେ ହରିହର ଓ ରାମଚନ୍ଦ୍ର ନ୍କ ପୁର୍ଣ ଅ ବୟେବ ମୂର୍ତି ପ୍ରତିଷ୍ଠା କରିବା ପାଇଁ ଖଲ୍ଲିକୋଟ ବାସୀ ଦାବି ଉପସ୍ଥାପନ କରିବେ ବୋଲି ସୂଚନା ଦେଇଥିଲେ | ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗଦେଇ ଖଲ୍ଲିକୋଟ ରାଜ ପରିବାର ର ସ୍ମୃତି କୁ ବଜାୟ ରଖିବା ପାଇଁ ବିଧାନସଭା ବାହାରେ ଓ ଭିତରେ ସ୍ୱର ଉତ୍ତୋଳନ ହେବ ବୋଲି ପ୍ରକାଶ କରିଥିଲେ | ଖଲ୍ଲିକୋଟ NAC ନଗରପାଳ ନିରଞ୍ଜନ ବେହେରା ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ଖଲ୍ଲିକୋଟ – ମ|ନ|ପଲ୍ଲୀ ରୋଡ଼ ନିର୍ମାଣ ଖଲ୍ଲିକୋଟ ର ସବୁ ଶିକ୍ଷାନୁଷ୍ଠାନ ରେ ମହାପୁରୁଷ ମାନଙ୍କ ପ୍ରତିମୁର୍ତି ସ୍ଥାପନ ପାଇଁ ଉଦ୍ୟମ କରିବା ସହ ଖଲ୍ଲିକୋଟ ରାଜପରିବାର ର ବ୍ରହ୍ମପୁର ଠାରେ ସମସ୍ତ ସ୍ମୃତି କୁ ବଜାୟ ରଖିବା ପାଇଁ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ କତୃପକ୍ଷଙ୍କୁ ଲିଖିତ ଭାବେ ଦାବି ଉପସ୍ଥାପନ କରାଯିବ ବୋଲି କହିଥିଲେ | ଖଲ୍ଲିକୋଟ ପଂଚାୟତ ସମିତି ଅଧକ୍ଷ ଦୈତାରୀ ବେହେରା ତାଙ୍କ ଭାଷଣ ରେ ରାଣୀ ସୁଜ୍ଞାନୀ ନ୍କ ନିର୍ଦେଶ କ୍ରମେ ଖଲ୍ଲିକୋଟ ଅଂଚଳ ର ସମସ୍ତ ବିକାଶ ହାତକୁ ନିଆଯିବ ବୋଲି ପ୍ରକାଶ କରିଥିଲେ | ଶିକ୍ଷାବିତ ଚନ୍ଦ୍ର ଶେଖର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ମହେଶ୍ୱର barad ଅତିଥି ପରିଚୟ ଓ ଡ଼. ହର ପ୍ରସାଦ ମହାପାତ୍ର ସଭାପତିତ୍ୱ କରିଥିଲେ | ଶେଷରେ ପରିଷଦ ର ଉପ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ |

nis-ad
Leave A Reply

Your email address will not be published.