ଚିକିଟିରେ ଉତ୍କଳ ଦିବସ ପାଳନ


ଚିକିଟି : ଚିକିଟି ବ୍ଲକ ଧାନଘର ଓଁ ଶ୍ରୀଗୁରୁ ଆଦିବାସୀ ଆବାସିକ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ବ୍ଲକ ଅଧ୍ୟକ୍ଷ ଆପନା ସେଠି, ଚିକିଟି ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ସରପଞ୍ଚ ଜି. ଜ୍ୟୋତି ରେଡ଼ି, କାଉନସିଲର ଅନିତା ସାହୁ, ମିତାଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏ ଅବସରରେ ବିଦ୍ୟାଳୟର ଇକୋ. କ୍ଲବ ଓ ଶକ୍ତି ସଂରକ୍ଷଣ ସମ୍ପର୍କିତ ଏକ ଶିଶୁ ପତ୍ରିକା ” ଶିଶୁ ସୁରଭି” ଯାହାକି ବିଦ୍ୟାଳୟର ବିଦ୍ୟାର୍ଥୀ ଙ୍କ ଦ୍ଵାରା ଲିଖିତ କବିତା, ଗଳ୍ପ, ଚିତ୍ରାଙ୍କନ ଉନ୍ମୋଚିତ ହୋଇଯାଇଛି।ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଯୁବ ସମାଜସେବୀ ରଘୁନନ୍ଦନ ସାହୁ, ଉମା ରେଡ଼ିଙ୍କ ସହ ସମସ୍ତ ଶିକ୍ଷକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ସେହିଭଳି ଵାଲାଜୀ ଠାକୁର ଅବସର ପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତି ମଧ୍ୟ ଏହି ଦିବସ ପାଳନ କରିଛି।ସଭାପତି ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ଙ୍କ ପୌରହିତ୍ୟ ରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଫେସର ଡାକ୍ତର ପି ସି ସାହୁ, ସମ୍ମାନିତ ଅତିଥି ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୂର୍ଯ୍ୟକାନ୍ତ ପାତ୍ର, ସଂପାଦକ ସୀମାଞ୍ଚଳ ବିଷୋୟୀ, ମୁଖ୍ୟ ବକ୍ତା ଡ଼ଃ ଅଲେଖ ଚନ୍ଦ୍ର ପ୍ରଧାନ, ସ୍ୱତନ୍ତ୍ର ଅତିଥି ରୂପେ ଚିକିଟି ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ବରିଷ୍ଠ ସାମ୍ବାଦିକ ରବି ରଥ ପ୍ରମୁଖ ଦିବସ ର ମହତ୍ୱ ଆଲୋକପାତ କରିଥିଲେ।ଏ ଅବସରରେ ଏମ ଭି ଆଇ ଶିବ ଶଙ୍କର ଚୌଧୁରୀ, ଅବସର ପ୍ରାପ୍ତ ଡି ଆଇ ବୃନ୍ଦାବନ ପ୍ରଧାନ, ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ଡ଼ଃ ଦୀପକ ରଞ୍ଜନ ଦାଶ ପ୍ରମୁଖ ଆୟୋଜକ ଙ୍କ ଦ୍ଵାରା ସମ୍ମାନିତ କରାଯାଇଛି।ଶେଷ ରେ ଅବସର ପ୍ରାପ୍ତ ଅଧ୍ୟାପକ ହରିଶ୍ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସେହିଭଳି ଚିକିଟି ବିଡ଼ିଓ ଙ୍କ ଅଧକ୍ଷତା ରେ ବ୍ଲକରେ ଉତ୍କଳ ଦିବସ ପାଳିତ ହୋଇଥିଲା l ଏହି ଅବସରରେ ବ୍ଲକ ଅଧକ୍ଷ ଆପନା ସେଠୀ ମୁଖ୍ୟ ଅତିଥି, ଦିଗପହଣ୍ଡି ବିଡ଼ିଓ ହଳଧର ଶବର ସ୍ୱତନ୍ତ୍ର ଅତିଥି ଭାବେ, ସହକାରୀ ଯନ୍ତ୍ରୀ ଗଙ୍ଗା ଧର ଲେଙ୍କା ଓ ଧାନଘର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟନାୟକ ପ୍ରମୁଖ ଯୋଗ ଦେଇ ଆଜିର ଦିବସର ଅlଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାରେ ବ୍ଲକରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ରାଜେନ୍ଦ୍ର କୁମାର ପଟନାୟକ, ସମ୍ପ୍ରସାରଣ ଅଧିକାରୀ ବି. ଦଣ୍ଡପାଣି ପାତ୍ର, କନିଷ୍ଠ ଯନ୍ତ୍ରୀ ଭାବେ ଶ୍ରୀମତୀ ଵାଣିଶ୍ରୀ ଦେବୀ ଓ ବିଦ୍ୟାଳୟ ରୂପାନ୍ତରିକରଣ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ମାଧବନ୍ଧ ଉତ୍କଳ ମଣି ବିଦ୍ୟପୀଠର ପ୍ରଧନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାନୁମତି ଜେନାଙ୍କୁ ସମ୍ମାନୀତ କରାଯାଇଥିଲା l ବ୍ଲକର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟlଳୟରେ ଉତ୍କଳ ଦିବସ ଆଡମ୍ବର ସହିତ ପାଳିତ ହୋଇଥିଲା l

nis-ad
Leave A Reply

Your email address will not be published.