ସଙ୍କୁଚିତ ହେଉଛି ନକ୍ସଲ କରିଡର : ସ୍ବାଭିମାନ ଅଞ୍ଚଳରେ ଆଉ ଏକ ବିଏସଏଫ କ୍ୟାମ୍ପ…

ବିକାଶ କାର୍ଯ୍ୟ ପାଇଁ ସରକାର ଙ୍କ ପ୍ରତି ବଢୁଛି ଜନ ସମର୍ଥନ

ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ଆଉ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।୨୦୧୦ ମସିହାରେ ଅତି ସମ୍ବେଦନଶୀଳ ମାଲକାନଗିରି ଜିଲ୍ଲାରେ ବିଏସଏଫର ମୁତୟନ କରାଯାଇଥିଲା। ବିଏସଏଫ ନିଜର ଆଦର୍ଶ “ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟ” କରିବାକୁ ପ୍ରତିଶ୍ରୁତିବଦ୍ଧ। ସ୍ବାଭିମାନ ଅଞ୍ଚଳର ଆଭ୍ୟନ୍ତରୀଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ନକ୍ସଲ ଦମନର ରଣନୀତି ସଫଳତାର ଲଢେଇ ଯାରି ରଖିଛି। ବିଶେଷ କରି ବିଏସଏଫ ମୁତୟନ ପରେ ବିଚ୍ଛିନ୍ନାଞ୍ଚଳ ରୁ ଏବେ ସ୍ବାଭିମାନ ଅଞ୍ଚଳ ରୂପେ ପରିଚୟ ମିଳିଛି। ସ୍ଥାନୀୟ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟର ଯେମିତି ସୁଅ ଛୁଟୁଛି। ବିଗତ ୮/୧୦ ବର୍ଷ ମଧ୍ୟରେ ମାଲକାନଗିରି ଜିଲ୍ଲାର ରୂପ ସମ୍ପୂର୍ଣ୍ଣ ବଦଳିଛି। ବିଏସଏଫ ଆସିବା ପୂର୍ବରୁ ସ୍ବାଭିମାନ ଅଞ୍ଚଳ ନକ୍ସଲଙ୍କ ଗଡ ଭାବେ ପରିଚିତ ଥିଲା।୨୦୧୮ ମସିହାରେ ଗୁରୁପ୍ରିୟା ସେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟନ ପରେ ୨୦୧୯ ମସିହାରୁ ୨୦୨୧ ମସିହା ମଧ୍ୟରେ ବିଏସଏଫ ଦ୍ଵାରା ସ୍ବାଭିମାନ ଅଞ୍ଚଳର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ୫ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ନକ୍ସଲ ହିଂସାକାଣ୍ଡରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଛି।୨୦୨୨ ମସିହା ୩୧ ତାରିଖରେ ବିଏସଏଫ ଆଉ ପାଦେ ଆଗକୁ ବଢ଼ିବାରେ ସଫଳ ହୋଇଛି। ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ମାଛକୁଣ୍ଡ ନଦୀ ନିକଟରେ ଏହି କ୍ୟାମ୍ପର ସ୍ଥାପନା କରାଯାଇଛି। ବିଏସଏଫ ୯ ବାଟାଲିୟନର ଅଧିନରେ ଏହି କ୍ୟାମ୍ପ ପରିଚାଳିତ ହେବ। ଏହି ଅବସରରେ ମାଲକାନଗିରି ଜିଲ୍ଲା ଏସପି ନିତେଶ ବାଧଓ୍ବାନୀ , ମାଲକାନଗିରି ବିଏସଏଫ ଡିଆଇଜି ଶୈଳୈନ୍ଦ୍ର କୁମାର ସିହ୍ନା , ୯ ବାଟାଲିୟନ କମାଣ୍ଡାଣ୍ଡ ଆର ଏସ ମିଞ୍ଜ , ଏସଡିପିଓ ଚିତ୍ରକୋଣ୍ଡା ଅଂଶୁମାନ ଦ୍ବିବେଦୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ମାନଙ୍କ ଉପସ୍ଥିତିରେ ଯନ୍ତ୍ରୀ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା ହୋଇଯାଇଛି।

nis-ad
Leave A Reply

Your email address will not be published.