OAS ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟରେ OAS ଅଧତ୍କାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ । ରାଜ୍ୟ ସରକାର ପକ୍ଷରୁ ଦିଆଗଲା ସୂଚନା । OAS ଅଧିକାରୀ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବା ବେଳେ ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଦାୟିତ୍ୱ ଦିଆଯାଇଛି ।

ସେହିଭଳି ପାରଳାଖେମୁଣ୍ଡି ସବ୍‌ କଲେକ୍ଟର ଥିବା ଦିଲୀପ କୁମାର ମହାରଣାଙ୍କୁ ସାଧାରଣ ପ୍ରଶାସନ ବିଭାଗ OSD କରାଯାଇଥିବା ବେଳେ ମାଲକାନଗିରି ଆଇଟିଡିଏ ପିଏ ଭାବେ କାର୍ଯ୍ୟରତ ଥିବା କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଅତିରିକ୍ତ ପିଡି DRDA ଭାବେ ବଦଳି କରାଯାଇଛି ।

ସେପଟେ ମୟୂରଭଞ୍ଜ ବିଜିତଲାରେ ବିଡିଓ ଥିବା ତ୍ରିନାଥ ମାଝୀଙ୍କୁ ମାଲକାନଗିରି ITDAର ପିଏ ଭାବେ ବଦଳି କରାଯାଇଛି । ସେହିଭଳି ଗଞ୍ଜାମ ଜିଲ୍ଲା ଚିକିଟିରେ ବିଡିଓ ଥିବା ଫାଲ୍‌ଗୁନୀ ମାଝୀଙ୍କୁ ଗଜପତିର ITDA ପିଏ ଭାବେ ନିଯୁକ୍ତି ଦିଆଯାଇଛି।

nis-ad
Leave A Reply

Your email address will not be published.