ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି

ଭୁବନେଶ୍ଵର: ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ଏଥିପାଇଁ ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତା ଏପ୍ରିଲ୍ ୧୫ ତାରିଖରେ ସମସ୍ତେ ବୁଲିବାକୁ ଯିବେ । ତେଣୁ ୬ ତାରିଖ ସୁଦ୍ଧା ସମସ୍ତ ଇଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟକୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ୧୫ ତାରିଖ ସକାଳ ୭ଟାରେ ବିଧାନସଭାରେ ପହଞ୍ଚିବେ। ସକାଳ ଭୋଜନ କରିବା ପରେ ସମସ୍ତେ ଆଇଏନଏସ୍ ଯିବେ ଓ କାଳିଜାଇ ବୁଲିବେ। ଆଇଏନଏସ୍ ଚିଲିକାରେ କେମିତି ଯୁଦ୍ଧ ହେଉଛି ଦେଖିବେ। ଏହାପରେ ସନ୍ଧ୍ୟା ୬ ଟାରେ ଫେରିବେ । ଏନେଇ ବିଧାନସଭାରେ ବାଚସ୍ପତି ଘୋଷଣା କରିଛନ୍ତି।

nis-ad
Leave A Reply

Your email address will not be published.