ଏପ୍ରିଲ ପହିଲାରୁ ବ୍ଲୁ ଫ୍ଲାଗ ବିଚରେ ରାଜ୍ୟସ୍ତରୀୟ କବାଡି ଚାମ୍ପିଅନ ସିପ୍

ପୁରୀ: ଆସନ୍ତା ୧ ତାରିଖରୁ ପୁରୀ ବ୍ଲୁ ଫ୍ଲାଗ ବିଚରେ ତିନି ଦିନିଆ ରାଜ୍ୟସ୍ତରୀୟ କବାଡି ଚମ୍ପିୟନସିପ-୨୦୨୨ ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ ଏବଂ ଓଡିଶା କବାଡି ମହାସଂଘ ମିଳିତ ସହଯୋଗରେ ଏହି ଚମ୍ପିୟାନସିପ ଆୟୋଜନ କରାଯାଉଛି ।

ପୁରୁଷ ବିଭାଗରେ କଟକ, ଓଡିଶା ପୁଲିସ, ନୂଆପଡା, ସମ୍ବଲପୁର, ଭୁବନେଶ୍ବର, ଢେଙ୍କାନାଳ, ପୁରୀ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ଅନୁଗୁଳ ଓ ମହିଳା ବିଭାଗରେ ପୂର୍ବତଟ ରେଳବାଇ, ଢେଙ୍କାନାଳ, କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, କଟକ, ପୁରୀ ଓ କିଟ ବିଶ୍ବବିଦ୍ୟାଳୟ ଏହି ଚମ୍ପିୟାନସିପରେ ଭାଗ ନେବେ ।

ମୋଟ ୨୬ ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଅପରାହ୍ନ ସାଢେ ୪ ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ। ପ୍ରତ୍ୟେକ ବିଭାଗରୁ ଚମ୍ପିୟାନ ମାନଙ୍କୁ ୩୦ ହଜାର ଟଙ୍କା, ରନର୍ସ ଅପମାନଙ୍କୁ ୨୦ ହଜାର, ତୃତୀୟ ସ୍ଥାନ ନିମନ୍ତେ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ପ୍ରତ୍ୟେକ ବିଭାଗରୁ ୩ ଜଣ ଶ୍ରେଷ୍ଠ ଖେଳାଳି ମାନଙ୍କୁ ୩ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ପ୍ରଶାସନ ପକ୍ଷରୁ ଖେଳାଳି ମାନଙ୍କ ପାଇଁ ରହିବା, ଖାଇବା ସହ ଯିବା ଆସିବାର ବ୍ୟବସ୍ଥା କରାଯିବ । ଖେଳାଳିମାନଙ୍କ ଦକ୍ଷତା ବୃଦ୍ଧି ସହ କବାଡିକୁ ପ୍ରୋତ୍ସାହିତ କରିବାକୁ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏହି ଅବସରରେ ଚମ୍ପିୟନସିପର ଜର୍ସି ମଧ୍ୟ ଉନ୍ମୋଚନ କରାଯାଇଥିଲା ।

nis-ad
Leave A Reply

Your email address will not be published.