ବିଧାନସଭାରେ ପୋଡ଼ିୟମ ଉପରକୁ ଚେୟାର ଉଠାଇଲେ ତାରା

ଭୁବନେଶ୍ୱର: ଖଣି ଦୁର୍ନୀତି ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ କଂଗ୍ରେସର ହଟ୍ଟଗୋଳ ଦେଖିବାକୁ ମିଳିଛି । ଖଣି ଅନିୟମିତତା ପ୍ରସଙ୍ଗରେ ଆଲୋଚନା କରିବାକୁ କଂଗ୍ରେସ ଚାହୁଁଥିଲେ ବି ବାଚସ୍ପତି ଉକ୍ତ ପ୍ରସଙ୍ଗକୁ ଏଡାଇ ଯାଉଥିବା କହି ତାରା ତାତିଛନ୍ତି । କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ଆଜି ବିଧାନସଭାରେ ପୁଣି ଗର୍ଜିଛନ୍ତି ।

ଗୃହକାର୍ଯ୍ୟ ଜାରି ଥିବା ବେଳେ ସେ ପୋଡ଼ିୟମ ଉପରକୁ ଚେୟାର ଉଠାଇଥିଲେ । ତାରା ବାହିନୀପତିଙ୍କ ଠାରୁ ସୁରକ୍ଷାକର୍ମୀମାନେ ଚେୟାର ଛଡ଼ାଇନେଇଥିଲେ । ତାରା ଅଭିଯୋଗ ଆଣିଛନ୍ତି ଯେ, ୧୦୪ଟି ଖଣି ମାଲିକ ଓଡିଶାର ସମ୍ପତ୍ତି ହରି ଲୁଟ୍ କରିଛନ୍ତି । ସେପଟେ ଆଜି ପାନୀୟ ଜଳ ପ୍ରକଳ୍ପ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ ବି ପ୍ରକାଶ ପାଇଛି ।

ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ପିଇବା ପାଣି ପ୍ରସଙ୍ଗ ମଧ୍ୟ ଉଠାଇ ଉଭୟ ଶାସକ ଓ ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖରାଦିନେ ପିଇବା ପାଣି ସଙ୍କଟ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି । ଏହା ପୂର୍ବରୁ ଆଜି କିଛି ସମୟର ପ୍ରଶ୍ନ ଉତ୍ତର ପରେ ବିଧାନସଭା ଚାଲିପାରି ନଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଅଧିକାରୀମାନଙ୍କ ଅଭିନନ୍ଦନ ନେଇ ଗୃହ ସରଗରମ ହେବା ସହ ଗୃହର ମଧ୍ୟଭାଗରେ ବିଜେପି ସଦସ୍ୟମାନଙ୍କ ପ୍ରତିବାଦ, ନାରାବାଜି ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ଯୋଗୁ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ ରଖିଥିଲେ ।

ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପ୍ରକୃତରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି କି ନାହିଁ ଲୋକଙ୍କ ସନ୍ଦେହ ଦୂର କରିବା ସରକାରଙ୍କ ଦାୟିତ୍ୱ । ତେଣୁ ବାଚସ୍ପତି ବିଧାନସଭାର କମିଟି ଗଠନ କରିବାକୁ ରୁଲିଂ ଦାବି କଲେ ନରସିଂହ । ଅନ୍ୟପଟେ ଗୃହର ମଧ୍ୟ ଭାଗରେ ବିଜେପିର ସମସ୍ତ ସଦସ୍ୟ ପ୍ରତିବାଦ କରିଛନ୍ତି ।

nis-ad
Leave A Reply

Your email address will not be published.