ବନ୍ଧୁକ ଦେଖାଇ ୭ ଲକ୍ଷ ୨୫ ହଜାର ଲୁଟିନେଲେ ୪ ଲୁଟେରା

ଟାଙ୍ଗୀ: ବାଲୁଗାଁ ଥାନା ଇଞ୍ଜନପୁର ଛକ ନିକଟରେ ଗନ୍ ପଏଣ୍ଟରେ ୭ ଲକ୍ଷ ୨୫ ହଜାର ଟଙ୍କା ଲୁଟ୍ । କୃଷି ଋଣ ଟଙ୍କା ଆଦାୟ କରି ବାଇକ୍ ଯୋଗେ ବାଲୁଗାଁ ଆସୁଥିଲେ ବଡକୁଳ ସୋସାଇଟିର ଆସିଷ୍ଟାଣ୍ଟ ସେକ୍ରେଟାରୀ । ଏହି ସମୟରେ ୪ ଜଣ ଲୁଟେରା ୩ ଟି ବାଇକ୍ ଯୋଗେ ଆସି ଗନ୍ ପଏଣ୍ଟରେ ଆକ୍ରମଣ କରି ଲୁଟ୍ କରି ନେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବାଲୁଗାଁ SDPO ସୂଚନା ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ବଡକୁଳ ଗ୍ରାମରେ ଥିବା ବଡକୁଳ କୋଅପରେଟିଭ୍ ସୋସାଇଟିର ସହ-ସମ୍ପାଦକ ଭୁବନେଶ୍ୱର ରଥ । ସୋସାଇଟିରୁ ଋଣ ନେଇଥିବା ଋଣି ମାନଙ୍କ ଠାରୁ ଋଣ ଟଙ୍କା ଆଦାୟ କରି ବାଲୁଗାଁ ଅଭିମୁଖେ ଆସୁଥିବା ବେଳେ ଏହି ଲୁଟେରାମାନେ ଗନ୍-ପଏଣ୍ଟ୍ରେ ଆକ୍ରମଣ କରି ବାଇକ୍ ଡିକିରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଛନ୍ତି ।

nis-ad
Leave A Reply

Your email address will not be published.