କେନ୍ଦ୍ରର ତଦନ୍ତକାରୀ ସଂସ୍ଥାକୁ ମମତାଙ୍କ ବିରୋଧ

କୋଲକାତା: ବୀରଭୂମି ହିଂସାର ସିବିଆଇ ତଦନ୍ତ ଚାଲିଛି। ଏତିକି ବେଳେ କେନ୍ଦ୍ରର ତଦନ୍ତକାର ସଂସ୍ଥାଗୁଡିକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏପରିକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି। ବିଜେପି ତଦନ୍ତ ଏଜେନ୍ସିଗୁଡିକର ଦୂରୁପୋଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି।
ଏହାକୁ ନେଇ ସେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଗେରୁଆ ଦଳର ମୁକାବିଲା ପାଇଁ ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି। ଯେଉଁ ନେତାମାନଙ୍କୁ ସେ ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ କୌଣସି ବିଜେପି ନେତା ସାମିଲ ନାହାନ୍ତି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଉପରେ ରାଜନୈତିକ ପ୍ରତିଶୋଧର ଅଭିଯୋଗ ଲଗାଇ ସେ ଏକ ବୈଠକ ଡାକିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ‘ପ୍ରତିଶୋଧ ନେବା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ, ସିବିଆଇ, ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି) ଏବଂ ଆୟକର ବିଭାଗ ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡିକ ବ୍ୟବହାର କରାଯାଇଛି। ଏହା ଜରିଆରେ ଦେଶର ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ କରାଯାଉଛି। ନିର୍ବାଚନ ପାଖେଇ ଆସିଲେ କେନ୍ଦ୍ରୀୟ ଏଜେନ୍ସିଗୁଡିକ ମଧ୍ୟ ଆକ୍ସନ ଆସିଯାଉଛନ୍ତି। ତେଣୁ “ଆମେ ସମସ୍ତଙ୍କୁ ଏକଜୁଟ୍‌ ହୋଇ ବିଜେପିର କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାରରୁ ରୋକିବା ଉଚିତ।’
ଏହି ଚିଠିରେ ମମତା ବାନାର୍ଜୀ ଆହୁରି ଲେଖିଛନ୍ତି ଯେ, ‘ନ୍ୟାୟପାଳିକା ପ୍ରତି ମୋର ସର୍ବାଧିକ ସମ୍ମାନ ରହିଛି। କିନ୍ତୁ ବର୍ତ୍ତମାନ କିଛି ପକ୍ଷପାତିତା ରାଜନୈତିକ ହସ୍ତକ୍ଷେପ ହେତୁ ଲୋକମାନେ ନ୍ୟାୟ ପାଇପାରୁ ନାହାଁନ୍ତି। ଯାହା ଆମ ଗଣତନ୍ତ୍ର ପାଇଁ ବିପଦ। ନ୍ୟାୟପାଳିକା, ଗଣମାଧ୍ୟମ ଏବଂ ଜନସାଧାରଣ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଯଦି ଏଥିରୁ କୌଣସି ଅଂଶ ବାଧାପ୍ରାପ୍ତ ହୁଏ, ତେବେ ସମଗ୍ର ବ୍ୟବସ୍ଥା ନଷ୍ଟ ହୋଇଯାଏ।’
ସୂଚନା ମୁତାବକ, ବର୍ତ୍ତମାନ ବୀରଭୂମି ହିଂସା ଯୋଗୁଁ ପଶ୍ଚିମବଙ୍ଗରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ମମତା ସରକାର ଚାରିଆଡୁ ଘେରି ରହିଛନ୍ତି। ସେପଟେ କୋଇଲା ଦୁର୍ନୀତି ଓ ପଖୁ ତସ୍କରି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ତଦନ୍ତ ଚାଲିଛି। ଅନେକ ଥର ଉଭୟ ସିବିଆଇ ଓ ଇଡି ଜେରାର ସମ୍ମୁଖୀନ ମଧ୍ୟ ହୋଇସାରିଲେଣି।

nis-ad
Leave A Reply

Your email address will not be published.