ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ଶର୍ମିଷ୍ଠା ରାଉତଙ୍କ ସହ ୪ଜଣ ଅଭିଯୁକ୍ତଙ୍କୁ ଜେରା

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଶର୍ମିଷ୍ଠା ରାଉତଙ୍କ ସହ ୪ଜଣ ଅଭିଯୁକ୍ତଙ୍କୁ ଜେରା କରାଯାଉଛି । ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଆଣିଛି । ଶର୍ମିଷ୍ଠାଙ୍କ ସହ ୪ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିଛି । ବର୍ତ୍ତମାନ ଏମାନଙ୍କୁ କ୍ରାଇମବ୍ରାଞ୍ଚଜେରା କରୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତଙ୍କୁ ଜଣ ଜଣ କରି ପ୍ରଶ୍ନ ପଚରାଯିବ ।

ସୂଚନା ଅନୁସାରେ ଗତକାଲି ଶର୍ମିଷ୍ଠା କୋଲକାତାରୁ ବସରେ ଫେରୁଥିଲେ । ବସରେ କୋଲକାତାରୁ ଭୁବନେଶ୍ୱର ଫେରିଲାବେଳେ ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । କେଲକାତା ଗୌହାଟିରେ କିଛି ଦିନ ରହିଥିଲେ ଶର୍ମିଷ୍ଠା । ଏମିତିକି ରେଳ ଷ୍ଟେସନରେ କିଛି ଦିନ ଆଶ୍ରୟ ନେଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.