୨ କୋଟି ଠକେଇ ଅଭିଯୋଗରେ ମୁମ୍ବାଇରୁ ୨ ଠକଙ୍କୁ ଗିରଫ କଲା EOW

ଭୁବନେଶ୍ୱର: ଶହେ କୋଟି ଟଙ୍କା ଋଣ କରାଇ ଦେବା ନାଁରେ ୨ କୋଟି ଠକେଇ ଅଭିଯୋଗରେ ମୁମ୍ବାଇରୁ ୨ ଠକଙ୍କୁ ଗିରଫ କରି କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) । ସେମାନେ ହେଲେ ହାୱାଲା ଠକ ରାକେଶ ଗିରିଜା ଶଙ୍କର ଓ ସରମନ ସିଂ ତୋମର । ଉଭୟଙ୍କୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣା ଯାଇ ଇଓଡବ୍ଲୁ ପଚରାଉଚରା ଚଳାଇଥିବା ଜଣାପଡ଼ିଛି ।

ତେବେ ଜଣେ ରିୟଲ୍ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ୧୦୦ କୋଟି ଟଙ୍କା ଋଣ କରାଇ ଦେବା ଲୋଭ ଦେଖାଇ ଉପରୋକ୍ତ ଦୁଇଜଣ ତାଙ୍କ ଠାରୁ ପ୍ରୋସେସିଂ ଫି’ ବାବଦକୁ ୨ କୋଟି ଟଙ୍କା ମାଗିଥିଲେ । ବ୍ୟବସାୟୀ ଜଣକ ବିଭିନ୍ନ ଦଫାରେ ୨ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଟଙ୍କା ନେଇ ଦୁହେଁ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ ପୁଲିସ୍ ନିକଟରେ ଅଭିଯୋଗ ହେବା ପରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥ ନୈତିକ ଅପରାଧ ଶାଖା ଜରିଆରେ ଉପରୋକ୍ତ ଦୁଇ ଠକଙ୍କୁ ମୁମ୍ବାଇରୁ ଗିରଫ କରା ଯାଇଥିଲା ।

nis-ad
Leave A Reply

Your email address will not be published.