ମାଣ ମାଣ ଯୋଜନାର ଉପହାର ଶିକ୍ଷିତ ଅଭାବୀ ସଂସାର ପାଇଁ ଦାରୁଣ ଉପହାସ…!

ଡାକ୍ତର ସାଗର ରଂଜନ ତ୍ରିପାଠୀ

ଓଡ଼ିଶା ରେ ପଂଚାୟତ ପୌର ପରିଷଦ ମହାନଗର ନିର୍ବାଚନ ସରିଯାଇଛି। ଦୀର୍ଘ ସମୟ ଧରି ଗୋଟିଏ ଦଳକୁ ଶାସନ କରିବା ପାଇଁ ଓଡ଼ିଶା ବାସୀ ଙ୍କପ୍ରବଳ ଜନ ସମର୍ଥନ ପ୍ରମାଣ ମିଳୁଥିବା ବେଳେ ଦୁଇ ଦଶନ୍ଧି ଭିତରେ ଅନେକ ଯୋଜନା ଅନେକ ସ୍ବପ୍ନ । ବିରୋଧୀ ଦଳ ର ପରସ୍ପର ମଧ୍ଯ ରେ ସମନ୍ବୟ ଅଭାବ କାରଣ ରୁ ଶାସକ ଦଳ କେବଳ ସଶକ୍ତ ହୋଇ ନାହିଁ ବରଂ କ୍ଷମତା ରେ ଥିବା ଶାସକ ଦଳ ଦିନ କୁ ଦିନ ନିଜ ରଣନୀତି ପ୍ରସ୍ତୁତ କରିବା ସହିତ ସଫଳତା ହାସଲ କରିବା ଏକ ଐତିହାସିକ କୀର୍ତ୍ତି ସ୍ଥାପନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରକୃତ ରେ ଲୋକ ପ୍ରିୟ ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପରି ଜଣେ ଭାଗ୍ଯବାନ୍ ମଣିଷ ଙ୍କ ପଦ ଅନୁସରଣ ଯିଏ କରି ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଛି ସେ ଧନ୍ଯ। ନବୀନ ପଟ୍ଟନାୟକ ଙ୍କ ପାଇଁ ବିଜୟୀ ହୁଅନ୍ତି କହୁଥିବା ନେତାଙ୍କ ନିଜ ର ବୋଧହୁଏ କୌଣସି ପରିଚୟ ନବୀନ ପଟ୍ଟନାୟକ ଙ୍କ ବିନା ନାହିଁ। ଏହା ପ୍ରତ୍ୟେକ ବିଜୁ ଜନତା ଦଳର ନେତାଙ୍କ ସ୍ବର। ଯେଉଁ ମାନେ ଆଜି ପଂଚାୟତ ପୌର ପରିଷଦ ମହାନଗର ନିର୍ବାଚନ ରେ ଶାସକ ଦଳ ରୁ ବିଜୟୀ ହୋଇଛନ୍ତି ସମସ୍ତ ଙ୍କ ମୁହଁ ରେ ନବୀନ ପଟ୍ଟନାୟକ ଙ୍କ ନିର୍ମଳ ଭାବ ମୂର୍ତ୍ତି ସ୍ବଚ୍ଛ ଶାସନ କଥା ଶୁଣିବା ପାଇଁ ମିଳୁଛି ଏବଂ ଏହା କହି ନିର୍ବାଚନ ରେ ଜିଣିବା କଥା ବଖାଣି କହନ୍ତି।ଯୋଜନା ଅନେକ କରି ସାଧାରଣ ମଣିଷ ଙ୍କ ପାଇଁ ସୁଖ ଦୁଃଖ କଥା କହୁଥିବା ସରକାରୀ ଯୋଜନା ରେ ସ୍ଥାୟୀ ଭାବେ ଏପରି କୌଣସି ଯୋଜନା ନାହିଁ ଯେଉଁ ଯୋଜନା ରେ ବେରୋଜଗାର ଯୁବକ ଯୁବତୀ ଙ୍କ ଆର୍ଥିକ ସ୍ଥିତିରେ ବିକାଶ ହେବ। ଶିଳ୍ପ ସଂସ୍ଥା ନାହିଁ ବୋଲି ଓଡ଼ିଶା ରୁ ଲକ୍ଷ ଲକ୍ଷ ଲୋକ ପ୍ରବାସ ରେ ରହି ଜୀବନ ଜୀବିକା ସହିତ ସଂଘର୍ଷ କରିବା ଦେଖି ଆସୁଛୁ। ପଂଚାୟତ ନିର୍ବାଚନ ସମୟରେ ସୁରଟ ମୁମ୍ବାଇ ପୁନା ହାଇଦ୍ରାବାଦ ଆଦି ଅଂଚଳରେ କାମ କରି ଆସୁଥିବା ଲୋକମାନେ ଆସିଥିଲେ ଭିଟାମାଟି ଗାଁ କୁ ଏବଂ ବର୍ତ୍ତମାନ ଫେରିବା ଆରମ୍ଭ ହୋଇଛି ସେହି ସହର ଗୁଡିକୁ କାରଣ ଓଡ଼ିଶା ବାସୀ ଙ୍କ ପାଇଁ ଶିଳ୍ପାୟନ ସ୍ବପ୍ନ!ଗତକାଲି ଓଡ଼ିଶା ରେ କାଳିଆ ଯୋଜନା କୁ ପୁଣି ଥରେ ଦୁଇ ବର୍ଷ ବଢେଇ ଦିଆଗଲା। ଋଣ ପରିେଶାଧ କରି ପାରୁନଥିବା ଏବଂ ଋଣ ଭାର ରେ ବୁଡିଥିବା ଓଡ଼ିଶା ବାସୀ ଙ୍କୁ ଉପହାସ କରାଯାଉନିତ? ହଁ ବଡ଼ ଦୁର୍ଭାଗ୍ଯ ପୂର୍ଣ୍ଣ ବିଷୟ ଯେ ବେରୋଜଗାରଙ୍କୁ ରୋଜଗାର ପାଇଁ କୌଣସି ଯୋଜନା ନାହିଁ ଅଥଚ ନୂଆ ନୂଆ ଯୋଜନା କରି କୋଟି କୋଟି ଟଙ୍କା ବାଣ୍ଟି କି ସନ୍ଦେଶ ଦେବାକୁ ଚାହାଁନ୍ତି ଏହି କଥା ଅନୁଶୀଳନ କରିବା ପାଇଁ ମୋ ପରି ଓଡ଼ିଶା ର ସଚେତନ ନାଗରିକ ଙ୍କ ମନ ରେ ଅସମାହିତ ପ୍ରଶ୍ନ। ସବୁତକ ଯୋଜନା ରେ ଯେତିକି ଅର୍ଥ ଶ୍ରାଦ୍ଧ ହୁଏ ସେ ସବୁ ଯୋଜନା କେବଳ ରାଜନୈତିକ ବିଚାର ରେ କ୍ଷମତାରେ ରହିବା ପାଇଁ ଗୋଟିଏ ଦଳର ସୁରକ୍ଷିତ ଭବିଷ୍ଯତ ପାଇଁ ଉଦ୍ଦିଷ୍ଟ। କିଏ ଏମାନଙ୍କୁ କହିବ? କାହାର ସାମର୍ଥ୍ଯ ରହିଛି ଯେ ଯୋଜନା ଉପରେ ଯୋଜନା ଅନେକ କିନ୍ତୁ ଅନ୍ୟ ପଟେ ଋଣ ଭାର ରେ ବୁଡି ରହୁଥିବା ଓଡ଼ିଶା ର ଅର୍ଥ ନନୈତିକ ବ୍ୟବସ୍ଥା ଦିଗହରା। ଏଭଳି ବିଚାର ରେ ବିକାଶ ସୁଶାସନ କଥା କହୁଥିବା ଗୋଟିଏ ଦଳର ବିକାଶ ପ୍ରଗତି ସୁରକ୍ଷିତ କିନ୍ତୁ ଏ ରାଜ୍ଯ ରେ ବାସ କରୁଥିବା ଜନତାଙ୍କ ଆଖିରୁ ଲୁହ ଶୁଖିବ କିପରି?

ନିବାରିଣୀ ଆୟୁର୍ବେଦ ଚିକିତ୍ସା କେନ୍ଦ୍ର
ବ୍ରହ୍ମପୁର ୮୮୪୭୮୦୯୫୩୪

nis-ad
Leave A Reply

Your email address will not be published.