ହିଞ୍ଜିଳିକାଟୁରେ ଭାରତ ବନ୍ଦ ଡାକରା ଆଂଶିକ ସଫଳ…


ହିଞ୍ଜିଳିକାଟୁ : କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ୪ ଶ୍ରମ ସଂହିତା ବାତିଲ, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବା, ଠିକା ଶ୍ରମ ସମାପ୍ତ କରିବା, ଘରୋଇକରଣ ବନ୍ଦ କରିବା, ଅତ୍ୟାବଶ୍ୟକୀୟ ସାମଗ୍ରର ଦର ନିୟନ୍ତ୍ରଣରେ ରଖିବା ଦାବିରେ ସର୍ବଭାରତୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ ସୋମବାର ଓ ମଙ୍ଗଳବାର ୨ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ବନ୍ଦ ଡାକରାର ପ୍ରଥମ ଦିବସ ସୋମବାର ଟିୟୁସିଆଇ ସହ ସହବନ୍ଧିତ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ରାୟପୁର ୫୯ ନମ୍ବର ଜାତୀୟ ରାଜପଥକୁ ସମରଝୋଳ ଛକରେ ଅବରୋଧ କରାଯାଇଥିଲା । ପିକେଟିଂ କରି ଦୋକାନ ବଜାର ବନ୍ଦ କରାଯାଇଥିଲା । ହିଞ୍ଜିଳିକାଟୁ ବ୍ଳକ ଓ ପୈାରାଞ୍ଚଳର ଅନ୍ୟ ସମସ୍ତ ଅଞ୍ଚଳରେ କେବଳ ବ୍ୟାଙ୍କ ଗୁଡିକ ବନ୍ଦ ରହିଥିବା ବେଳେ ଯାନାବାହାନ ଚଳାଚଳ, ଦୋକାନ ବଜାର ପ୍ରାୟତଃ ଖୋଲା ରହିଥିବା ଦେଖିବାକୁ ମିଳିଛି ।
ଟିୟୁସିଆଇର ରାଜ୍ୟ କମିଟି ସଦସ୍ୟ ପେଦିନୀ ଯୋଗେନ୍ଦ୍ର, ଜିଲ୍ଲା ସହ ସମ୍ପାଦିକା ପେଦିନୀ ପାର୍ବତୀ, ସଂଯୁକ୍ତ କୃଷକ ମୋର୍ଚ୍ଚା ର ଅରୁଣ ବେହେରା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ହିଞ୍ଜିଳିକାଟୁ ବ୍ଳକ ସଭାପତି ଲକ୍ଷ୍ମୀ ନାୟକଙ୍କ ନେତୃତ୍ବରେ ମାର୍ଚ୍ଚ ୨୮ ୨୯ ଦୁଇ ଦିନିଆ ଧର୍ମଘଟ ର ପ୍ରଥମ ଦିନକୁ ସଫଳ କରିବା ପାଇଁ ସାମିଲ ହୋଇଥିଲେ । ଏଥିରେ ଶ୍ରମିକ ଓ କୃଷକ ମାରଣ ନୀତିର ତୀବ୍ର ସମାଲୋଚନା କରି ଶ୍ରୀ ସାହୁ ବକ୍ତବ୍ୟ ରଖିଥିଲେ ।

nis-ad
Leave A Reply

Your email address will not be published.