ହାତ ମିଳାଇଲେ ଯୋଗୀ-ଅଖିଲେଶ

ଲକ୍ଷ୍ନୌ: ସାମ୍ନା ସାମ୍ନି ହେଲେ ପରସ୍ପରକୁ ଟାର୍ଗେଟ୍‌ କରୁଥିବା ଦୁଇ ବିରୋଧୀ ଓ ଶାସକ। ବାହାରେ ବିରୋଧ କରୁଥିବା ଅଖିଲେଶ ଓ ଯୋଗୀ ବିଧାସଭାରେ ଭିତରେ ହେଲେ ଏକାଠି। ହାତ ମିଳାଇଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଅଖିଲେଶଷଙ୍କ ସହ ହାତ ମିଳାଇବା ସହ ତାଙ୍କ ପିଠି ମଧ୍ୟ ଥାପୁଡେଇଲେ। ଅଜି ବିଧାନସଭାରେ ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ବିଧାନସଭା ଗୃହର ନେତା ଭାବରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିଛନ୍ତି। ଏକାସାଙ୍ଗରେ ବିରୋଧୀ ଦଳର ନେତା ଅଖିଳେଶ ଯାଦବ ବିଧାନସଭାରେ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ନେବା ପରେ ଅଖିଲେଶ-ଯୋଗୀ ଏକାଠି ହୋଇଥିଲେ। ଦୁହେଁ ପରସ୍ପରକୁ ନମସ୍କାର କରିବା ପରେ ହାତ ମିଳାଇ ଥିଲେ। ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଖିଲେଶ ଯାଦବଙ୍କ କାନ୍ଧରେ ହାତ ରଖି ତାଙ୍କ ପିଠି ଥାପୁଡେଇ ଦେଇଥିଲେ।
ଏହି ସମୟରେ ଉଭୟ ହସୁଥିବା ଦେଖିବାକୁ ମିଳିଥିଲା। ବିଧାନସଭା ନିର୍ବାଚନ ପରେ ଉଭୟ ଅଖିଲେଶ ଓ ଯୋଗୀ ପ୍ରଥମ ଥର ପାଇଁ ଏଭଳି ଏକାଠି ହୋଇଥିଲା। ବିଧାୟକ ଭାବରେ ଶପଥ ଗ୍ରହଣ କରିବା ପରେ ଅଖିଲେଶ ଯାଦବ ମଧ୍ୟ କେଶବ ମୌର୍ଯ୍ୟଙ୍କ ସହ ହାତ ମିଳାଇଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ଅଖିଳେଶ କରହଲ ବିଧାନସଭା ଆସନରୁ ନିର୍ବାଚନରେ ​​ଜିତିଛନ୍ତି। ଏହାପୂର୍ବରୁ ସେ ଆଜମଗଡର ସାଂସଦ ଥିଲେ। ସେ ସାଂସଦ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ସେହିପରି ଯୋଗୀ ଆଦିତ୍ୟନାଥ ଗୋରଖପୁର ବିଧାନସଭା ସିଟ୍‌ରୁ ବିଜୟୀ ହୋଇଛନ୍ତି।

nis-ad
Leave A Reply

Your email address will not be published.